ସୋର:  ସୋର ମାଟିଆଛକରେ ଥିବା ଲକ୍ଷ୍ୟ କମ୍ପିଟିଟିଭ୍ ଅନୁଷ୍ଠାନ ଏବଂ ‘ସମ୍ବାଦ-ଆମଓଡ଼ିଶା’ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ୟ କମ୍ପିଟିଟିଭ୍ ଅନୁଷ୍ଠାନର ମୁଖ୍ୟ କବୀନ୍ଦ୍ର ପଣ୍ତାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଦ୍ଧବ ଚରଣ ବିଶ୍ବାଳ ଉଦ୍‌ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ମୋଟ ୨୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

Advertisment

publive-image

କଟକ ସେଣ୍ଟାଲ ରେଡ୍‌କ୍ରସ୍‌ ବ୍ଲଡ୍‌ବ୍ୟାଙ୍କ ଅଧିକାରୀ ଡା.ସୁଧାଂଶୁ ଶେଖର ସାହୁ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ରକ୍ତଭଣ୍ତାର ଏଲ୍‌ଟି ରଂଜିତ ସାହୁ, ଭକ୍ତି ସ୍ବରୂପ ମହନ୍ତ, ବିଜୟ କୁମାର ସ୍ବାଇଁ, ପ୍ରଶାନ୍ତ କୁମାର ବାରିକ, ଲକ୍ଷ୍ମୀଧର ମୂର୍ତ୍ତି, ଅବିନାଶ ଦାସ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ-ଆମଓଡ଼ିଶା’ ଉତ୍ତର ଓଡ଼ିଶା ସଂସ୍କରଣ ସହଯୋଗୀ ଲକ୍ଷ୍ମୀଧର ବାରିକ, ସୋର ‘ସମ୍ବାଦ-ଆମଓଡ଼ିଶା’ ପ୍ରତିନିଧି ଗୌରୀ ଶଙ୍କର ଘଡ଼ାଇ, ପଥର ଶିଳ୍ପୀ ଗୋଲକ ପାତ୍ର, ନରେନ୍ଦ୍ର ସାମଲ, ସମାଜସେବୀ ରାଧାକୃଷ୍ଣ ମହାପାତ୍ର, ବଣିକ ସଂଘ ସଭାପତି ସନ୍ତୋଷ କୁମାର ମହାନ୍ତି, ମହେନ୍ଦ୍ର ପ୍ରସାଦ ସାହୁ, ଗୟାଧର ସାହୁ, ରବୀନ୍ଦ୍ର ନାୟକ, ଅଭିରାମ ପଣ୍ତା, ଅଜିତ କୁମାର ନାୟକ, ତୁଷାର ଜେନା, ସୁଦାମ ସାମଲ, ସୌଭାଗ୍ୟ ସେଠୀ, ମନୋଜ କୁମାର ଚୌଧୁରୀ, ଭଜୁ ନାୟକ, ସୂର୍ଯ୍ୟକାନ୍ତ ପଣ୍ତା, ଲିପ୍ପାରାଣୀ ଜେନା, ଶାନ୍ତିଲତା ଜେନା, ଅକ୍ଷୟ କୁମାର ଜେନା, ପବିତ୍ରା ବିଶ୍ବାଳ, ପ୍ରିୟମ୍ବଦା ମଲ୍ଲିକ, ଟିକିନା ସାହୁ, ଦୀପକ ମଣ୍ତଳ ଓ ମଧୁସୂଦନ ଦଳେଇ ଶିବିର ପରିଚାଳନା କରିଥିଲେ।