ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ରିଆମାଳ ମହାବିଦ୍ୟାଳୟ ପରିସରରେ ରବିବାର କଟକ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ୩୫ତମ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

ଟ୍ରଷ୍ଟ ଉପଦେଷ୍ଟା, ଏସ୍‌ସିବି ମେଡିକାଲ୍‌ କଲେଜର ଅଧ୍ୟକ୍ଷ ତଥା ମୂତ୍ରରୋଗ ବିଶେଷଜ୍ଞ ପ୍ରଫେସର ଦତ୍ତେଶ୍ୱର ହୋତାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ଶେଖର ସାମଲ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବଗଡ଼ ଏସ୍‌ପି ମନୋଜ ମାହାନ୍ତ ଯୋଗ ଦେଇ ଶିବିର ପରିଦର୍ଶନ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଉପାଧ୍ୟାୟ ଶିବିର ପରିଦର୍ଶନ କରିବା ସହିତ ରୋଗୀଙ୍କୁ ସଚେତନ କରାଇବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ। ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ, ରେଞ୍ଜର୍‌ ଭବାନୀ ଶଙ୍କର ଦାଶ, ଏସଆଇ ଗୋପବନ୍ଧୁ ବେହେରା, ରିଆମାଳ କଲେଜ ଅଧ୍ୟକ୍ଷ ନିହାରକାନ୍ତ ମହାନ୍ତି, ଯୁକ୍ତ ତିନି କଲେଜ ଅଧ୍ୟକ୍ଷ ଫକୀର ମୋହନ ସାହୁ, ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ, ମଳେହିପଡ଼ା ସରପଞ୍ଚ ହବିଲ ସାହୁ, ରିଆମାଳ ରାଜସ୍ବ ନିରୀକ୍ଷକ ନିର୍ମଳ ବିଶ୍ବାଳ, ସମିତି ସଭ୍ୟ ଗାନ୍ଧୀ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଚକ୍ଷୁ, ଶିଶୁ, ସ୍ନାୟୁ, ଶ୍ୱାସ, ମୂତ୍ର, ଅସ୍ଥିଶଲ୍ୟ, ଚର୍ମ, ହୃଦ୍‌ରୋଗ ତଥା ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଶିବିରରେ ଡା. ଦେବାଶିଷ ମାହାଲି, ଡା. ଅରୁଣା ଆଚାର୍ଯ୍ୟ, ଡା. ଜୀବନଜ୍ୟୋତି ମିଶ୍ର, ଡା. ମାନସ ରଞ୍ଜନ ଦାଶ,ଡା. ଶିଶିର ରଥ, ଡା. ସୁବ୍ରତ କର, ଡା. ଅନୁପ ମହାପାତ୍ର, ଡା. ନୟନ ପଟେଲ, ଡା. ବିଦ୍ୟାପତି ଆଚାର୍ଯ୍ୟ, ଡା. ହଳଧର ନାୟକ, ଡା. ବିଦ୍ୟୁତ ଦାଶ, ଡା. ସୁଜାତା ପୂଜାରୀ ପ୍ରମୁଖ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଟ୍ରଷ୍ଟ ପକ୍ଷରୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା।

ଟ୍ରଷ୍ଟର ସେକ୍ରେଟାରି ରାଜେଶ୍ୱର ହୋତା, ଡା. ସୁଜାତା ପୂଜାରୀ, ସତ୍ୟଜିତ ନାୟକ, ସଚ୍ଚିଦାନନ୍ଦ ଦାସ, ପ୍ରଣବ କିଶୋର ସ୍ୱାଇଁ ଶିବିର ପରିଚାଳନା କରିଥିଲେ। ରିଆମାଳ ଥାନାର ସମସ୍ତ କର୍ମଚାରୀ ଟ୍ରାଫିକ୍‌ ପରିଚାଳନା ଓ ଶୃଙ୍ଖଳା ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର