ମେଗା ପ୍ରକଳ୍ପ ପାଇପ୍‌ ଫାଟିଲା

କାଳିଆପାଣି: ଖଣି ଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର ମୁଖ୍ୟ ପାଇପ୍ ଫାଟିଛି। ଗତକାଲି ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା ପାର୍କିଂୟାର୍ଡ ଓ ଓଏମ୍‌ସି କାଳିଆପାଣି ଟାଉନସିପ ବଜାର ମଧ୍ୟସ୍ଥ ସଡ଼କର ଟ୍ରକ୍‌ ସିରିଆଲ୍‌ରେ ପାଇପ୍‌ ଫାଟି ୩୦ ଫୁଟରୁ ଅଧିକ ଉଚ୍ଚରେ ବିଶାଳ ଜଳ ଫୁଆରା ସୃଷ୍ଟି ହୋଇଥିଲା।

୨ ଘଣ୍ଟା ଧରି ହଜାରହଜାର ଲିଟର ବିଶୋଧିତ ଜଳ ଅକାରଣରେ ବରବାଦ୍‌ ହେବା ସହ ସଡ଼କରେ ଯାତାୟାତ କ୍ଷେତ୍ରରେ ବାଧା ଉପୁଜିଥିଲା। ଚଳିତମାସ ପ୍ରଥମ ସପ୍ତାହରେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଫିସରୁ ପାଟଣା ଗାଁକୁ ଲମ୍ବିଥିବା ପାଇପ୍‌ ଲାଇନର ଏକାଧିକ ସ୍ଥାନରେ ଫାଟ ରହିଥିବା ‌ନଜରକୁ ଆସିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବା ସହ ଯଥାଶୀଘ୍ର ମରାମତି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର