ରୋମ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ମେଘାଜ୍‌ ଡିଭୋର୍ସ’ ପ୍ରଦର୍ଶିତ

ଭୁବନେଶ୍ବର : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଚଳଚ୍ଚିତ୍ର ‘ମେଘାଜ୍‌ ଡିଭୋର୍ସ’ ରୋମ୍‌ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି। ଏହି ଉତ୍ସବରେ ୧୧ଟି ଦେଶର ଚଳଚ୍ଚିତ୍ର ନିର୍ମାତା ପାଣିପାଗ ପରିବର୍ତନର ପ୍ରଭାବ ସମ୍ପର୍କରେ ସଚେତନତାଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶନ କରିଥିବା ବେଳେ ମେଘାଜ୍‌ ଡିଭୋର୍ସ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା। ଏନେଇ ଶ୍ରୀ ପଣ୍ଡା କହିଛନ୍ତି, ମୁଁ ରୋମ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଂଶଗ୍ରହଣ କରି ଗର୍ବିତ। ବିଶେଷକରି ମେଘାଜ୍‌ ଡିଭୋର୍ସ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବାରେ ଅନେକ ପରିମାଣରେ ସହାୟକ ହୋଇପାରିଛି ବୋଲି ମୋ’ର ଆଶା। ବହୁତ ଶୀଘ୍ର ଏହି ଚଳଚ୍ଚିତ୍ର ଭାରତରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର