ମେଘନାଦ ପାଚେରି ମରାମତି କାମ ସରୁନି

ପୁରୀ : ‌ଶ୍ରୀମନ୍ଦିର ମେଘନାଦ ପାଚେରି ମରାମତି କାମରେ ଦେଖାଦେଇଛି ମନ୍ଥରତା। ମରାମତି କାମକୁ ଇତିମଧ୍ୟରେ ତିନିମାସ ବିତିଲାଣି। ତଥାପି କାମ ସରି ନାହିଁ । ଏବେ ବି ମରାମତି କାର୍ଯ୍ୟ ଜାରି ରଖିଛି ପ୍ରତ୍ନତତ୍ତ୍ବ ବିଭାଗ। ଯାହାକୁ ନେଇ ସମାଲୋଚନା ଆରମ୍ଭ ହୋଇଛି। ଆଗକୁ ଚନ୍ଦନଯାତ୍ରା ସହ ସ୍ନାନଯାତ୍ରା, ରଥଯାତ୍ରା। ଏଭଳି ସ୍ଥିତିରେ ଆଉ କେତେ ଦିନ ଏହି ମରାମତି କାମ ଚାଲିବ ବୋଲି ସେବାୟତ ମହଲରୁ ପ୍ରଶ୍ନ ଉଠିଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ପରେ ମେଘନାଦ ପାଚେରିର ପ୍ରକୃତ ସ୍ଥିତି ପଦାକୁ ଆସିଥିଲା। ପ୍ରତ୍ନତତ୍ତ୍ବ ବିଭାଗର ଘୋର ଅବହେଳାକୁ ଏହା ଧରା ପକାଇ ଦେଇଥିଲା। ମେଘନାଦ ପାଚେରିର ଅନେକ ସ୍ଥାନ ଫାଟି ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ସିଂହଦ୍ବାର ରାମଦୟା ପରିଷଦ ପଛପାର୍ଶ୍ବରେ ମେଘନାଦ ପାଚେରିର ଅନେକ ସ୍ଥାନ ଫାଟିବା ସହ ଛିଦ୍ର ସୃଷ୍ଟି ହୋଇ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ଯାହା ମେଘନାଦ ପାଚେରିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ଫେବ୍ରୁଆରିରୁ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ଗର୍ଭଗୃହ ପାଣି ଗଳିବା ସ୍ଥାନ ସାଙ୍ଗକୁ ମେଘନାଦ ପାଚେରି କାମ ଆରମ୍ଭ କରିଥିଲା। ଏ ଭିତରେ ତିନି ମାସ ବିତିଥିଲେ ବି କାମ ଶେଷ ହୋଇ ନାହିଁ। ଅତ୍ୟନ୍ତ ମନ୍ଥର ଗତିରେ ଏହି ମରାମତି କାମ ଚାଲିଛି।

ସମ୍ବନ୍ଧିତ ଖବର