ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ କଠିନ ପରିଶ୍ରମ ସହ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାର ଆଗ୍ରହ ଯୋଗୁଁ ଚଳିତ ବର୍ଷ ଅପୂର୍ବ ସଫଳତା ହାସଲ କରିଛି।ବିଶେଷ କରି ଝରିଗାଁ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ମେହେକ ଜୈନ ୯୭ ପ୍ରତିଶତ ମାର୍କ ରଖି ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଟପ୍ପର ରହିଥିବା ଝରିଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ବୁଲୁ ସାହୁ ସୂଚନା ଦେଇଛନ୍ତି।ମେହେକ ଜୈନ ଚଳିତ ସିବିଏସଇ ଦଶମ ପରୀକ୍ଷାରେ ମୋଟ ୫ଶହ ମାର୍କ ରୁ ୪୮୫ମାର୍କ ରଖି ଟପ୍ପର ହୋଇଥିବା ସୂଚନା ମିଳିଛି।

Advertisment

ଝରିଗାଁ ବ୍ଲକ ସଦର ମହକୁମାର ଜଣାଶୁଣା ଯୁବ ବ୍ୟବସାୟୀ ମନମୋହନ ଜୈନ ଏବଂ କବିତା ଜୈନଙ୍କ ଝିଅ ମେହେକ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ।ମେହେକ ଭବିଷ୍ୟତରେ ଜଣେ ଉତ୍ତମ ଡାକ୍ତର ହୋଇ ମାନବ ସେବା କରିବା ପାଇଁ ଲକ୍ଷ ରହିଥିବା କହିଛନ୍ତି।ଝରିଗାଁ ବ୍ଲକ ପାଇଁ ମେହେକ ଗୌରବ ଆଣିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ମେହେକ ତଥା ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଝରିଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷାରେ ୭୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୬୪ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ରକି ହୱଲଦାର ୪୧୩ମାର୍କ ରଖି ଦ୍ଵିତୀୟ ଏବଂ ସାଥି ରାଏ ୩୮୭ ମାର୍କ ରଖି ସମ୍ପୁକ୍ତ ବିଦ୍ୟାଳୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।ବିଦ୍ୟାଳୟର ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଅଧ୍ୟକ୍ଷ ବୁଲୁ ସାହୁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।