ବ୍ଲାକ୍ ଫଙ୍ଗସ୍‌ ଉପରେ ନଜର ରଖିବ ୭ଜଣିଆ କମିଟି

ମେଡିକାଲ କଲେଜ ନିଜର ବିଶେଷଜ୍ଞ କମିଟି ଗଠନ କରିବେ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ରୁ ମୁକ୍ତ ହୋଇଥିବା ରୋଗୀଙ୍କଠାରେ ଦିନକୁ ଦିନ ବ୍ଲାକ୍ ଫଙ୍ଗସ୍‌ରେ ସଂକ୍ରମିତ ହେଉଥିବା ନଜରକୁ ଆସିଛି। ତେଣୁ ଏହା ଉପରେ ନଜର ରଖିବା ଲାଗି ରାଜ୍ୟ ସରକାର ୭ଜଣିଆ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି।

କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ମାଇକ୍ରୋବାଇଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ନିରୁପମା ଚଇନି ଏହାର ଅଧ୍ୟକ୍ଷ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର ଏହାର ସଦସ୍ୟ ଆବାହକ ରହିଥିବା ବେଳେ ଛାତିରୋଗ ବିଶେଷଜ୍ଞ ପ୍ରଫେସର ଡା. ଜ୍ୟୋତି ପଟ୍ଟନାୟକ, ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଡା. ଶୁଭ୍ରବ୍ରତ ପରିଡ଼ା, ଇଏନ୍‌ଟିର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସୁବ୍ରତ ବେହେରା ଓ ଚର୍ମ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ପ୍ରସନ୍ନଜିତ ମହାନ୍ତି ସଦସ୍ୟ ରହିଛନ୍ତି।

ଏହି କମିଟି ହସ୍ପିଟାଲରେ ଆଡମିଟ୍‌ ହୋଇଥିବା ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କ ନିରୀକ୍ଷଣ କରିବା ସହିତ ରୋଗକୁ କିଭଳି ଶୀଘ୍ର ଚିହ୍ନଟ ହୋଇପାରିବ, ସେଥିପାଇଁ ନିର୍ଦେଶାବଳୀ ପ୍ରସ୍ତୁତ କରିବେ। ସମସ୍ତ ସରକାରୀ, ଘ‌ରୋଇ, ମିସନାରି ଓ କର୍ପୋରେଟ୍‌ ହସ୍ପିଟାଲରେ ଯଦି କୌଣସି ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ଆଡମିଟ ହୁଅନ୍ତି, ତାହାଲେ ତାହାଲେ ରୋଗୀଙ୍କ ସହିତ ପରୀକ୍ଷା କାଗଜପତ୍ର ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ମେଲ୍‌ରେ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଏହାସହ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ମଧ୍ୟ ନିଜ ନିଜର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର