‘ପିଏଲ୍‌ଏଫ୍‌ଆଇ’ର ସଦସ୍ୟ ଗିରଫ, ବନ୍ଧୁକ ସହ ଗୁଳି ଜବତ

ବିଶ୍ରା: ଗୁପ୍ତ ସୂଚନାକୁ କେନ୍ଦ୍ର କରି ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ବନ୍ଦଗାଁ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ଜଣେ ପିଏଲ୍‌ଏଫ୍‌ଆଇ ନକ୍ସଲ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ମୋଟରସାଇକଲ ଏବଂ ପିଏଲ୍‌ଏଫ୍‌ଆଇ ସଂଗଠନର ଏକ ଚନ୍ଦା ରସିଦ ବହି ପୁଲିସ ଜବତ କରିଛି। ପୁଲିସ ଗୁପ୍ତ ସୂଚନା ପାଇଥିଲେ ଯେ ପିଏଲ୍‌ଏଫ୍ଆଇ ଏରିଆ କମାଣ୍ଡର ରାଡୁଙ୍ଗ ବୋଦ୍ରା ଓରଫ ଲମ୍ବୁ ବନ୍ଦଗାଓଁ ଅଞ୍ଚଳରେ ନିଜ ସମର୍ଥକଙ୍କ ସହ ବୁଲୁଛି। ଯେଉଁମାନେ କି କୌଣସି ବଡ଼ ଅଘଟଣ ଘଟାଇବାକୁ ଯୋଜନା କରିଛନ୍ତି। ଏହି ସୂଚନାକୁ କେନ୍ଦ୍ର କରି ପୁଲିସ ଅଭିଯାନ ଚଳାଇ ପିଏଲ୍‌ଏଫ୍‌ଆଇ ନେତା ଯୋଟୋ ସାଣ୍ଡି ପୂର୍ତ୍ତିକୁ ଗିରଫ କରିଥିଲା। ମାତ୍ର କୌଶଳକ୍ରମେ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ରାଡୁଙ୍ଗ ବୋଦ୍ରା ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର