ନୂଆପଡ଼ା : ନୂଆପଡ଼ା ଏନ୍ଏସିରେ ଏସ୍ଏଚ୍ଜିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସଦସ୍ୟାମାନେ ଏନ୍ଏସି ଅଫିସ୍ ମୁଖ୍ୟଗେଟ୍ରେ ଦୁଇ ଘଣ୍ଟା ଧରି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଗଡ଼ତୋର(ନୂଆଁଡିହି)ରେ ଥିବା ଡମ୍ପିଂୟାର୍ଡରେ ୱାର୍ଡ ନଂ୩ର ସିଦ୍ଧି ବିନାୟକ ଏସ୍ଏଚ୍ଜି ସଦସ୍ୟା କାମ କରୁଥିଲେ। ଏଥିପାଇଁ ମାସିକ ୫୦ ହଜାର ଟଙ୍କା ପାଉଛନ୍ତି। ଏଥିରେ ପୂର୍ବରୁ ୧୦ ଜଣ ସଭ୍ୟ ରହିଥିବା ବେଳେ କିଛି ଦିନ ତଳେ ୩ ଜଣ ମହିଳା ବାହାରି ଯିବାରୁ ଏବେ ୭ ଜଣ ସଭ୍ୟ ରହିଛନ୍ତି। ଫଳରେ ସଦସ୍ୟାମାନେ ଟଙ୍କା ଉଠାଣ ଓ ଅନ୍ୟ କାମରେ ଅସୁବିଧା ଭୋଗୁଛନ୍ତି। ଏବେ ଏସ୍ଏଚ୍ଜିରେ ୩ ଜଣ ନୂତନ ମହିଳାଙ୍କୁ ସାମିଲ କରିବା ପାଇଁ ରେଜୁଲେସନ କରି ଏନ୍ଏସିକୁ ଦେଇଛନ୍ତି। ହେଲେ ଏନ୍ଏସି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରି ସିଦ୍ଧି ବିନାୟକ ଏସ୍ଏଚ୍ଜି ସଭାନେତ୍ରୀ ରୋଶନୀ ସହିସ, ସମ୍ପାଦିକା ସୀମା ସହିସ, ମେଘା କୁମାରୀ, ଯଶୋବନ୍ତୀ ସହିସ, ଭୂମିକା ସହିସ, ଇନ୍ଦ୍ରା ବାଇ, ବବିତା ସହିସ, ରେଣୁକା ସହିସ, ସୁନିତା ସହିସ, ସରୋଜିନୀ ଦୀପ, ସରିତା ସହିସ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/nuapada-d.jpg)