ବିଜେପିରେ ଯୋଗ ଦେଲେ ବାମଣ୍ଡା ରାଜପରିବାର ସଦସ୍ୟ: ମାଧବୀ କୁମାରୀ ଦେବୀ ହେଲେ ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀ

ଦେବଗଡ଼:ପଂଚାୟତ ନିର୍ବାଚନ ପରେ ଏବେ ପ‌ୌର ନିର୍ବାଚନ ନେଇ ସହରାଂଳ ବେଶ ସରଗରମ । ତେବେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ସହିତ ବିଜେପି ବିଭିନ୍ନ ୱାର୍ଡର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି । ସ୍ଥାନୀୟ ପୁରୁଣାଗଡସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ବାମଣ୍ଡା ରାଜପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କର ସହଧର୍ମିଣୀ ମାଧବୀ ଦେବୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ମୀନକେତନ ପ୍ରଧାନ, ଜିଲ୍ଲା ପ୍ରଭାରୀ ଧୀରେନ ସେନାପତି, ଜିଲ୍ଲା ଉପସଭାପତି ସତ୍ୟନାରାୟଣ ପାଣି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ, ଅନୁସୂଚିତ ଜାତି ଜିଲ୍ଲା ସଭାପତି ପ୍ରଜିତ ଭୋଜ ଏବଂ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ମାଧବୀ ଦେବୀ ଙ୍କୁ ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ଠିକ ସେହିପରି ଭାବେ ୱାର୍ଡନଂ-୧ ପାଇଁ ରେଣୁପ୍ରଭା ବେହେରା, ୱାର୍ଡ ନଂ-୨ ପାଇଁ ଶିଳ୍ପୀ ନାୟକ, ୱାର୍ଡନଂ-୩ ପାଇଁ ସୌଦାମିନୀ ନାୟକ, ୱାର୍ଡନଂ-୪ ପାଇଁ ପ୍ରଜିତ ଭୋଜ, ୱାର୍ଡନଂ-୫ ପାଇଁ ବିଜୟ ଦେହୁରୀ, ୱା‌ର୍ଡନଂ-୭ ପାଇଁ ପିଙ୍କି ସାହୁ, ୱାର୍ଡନଂ-୮ ପାଇଁ ମଧୁସୁଦନ ବାଗ, ୱାର୍ଡନଂ-୯ ପାଇଁ ସରୋଜିନୀ ମୁଣ୍ଡା, ୱାର୍ଡନଂ-୧୦ ପାଇଁ ଇତିଶ୍ରୀ ମିଶ୍ର, ୱାର୍ଡନଂ-୧୧ ପାଇଁ କାର୍ତ୍ତିକ ମହାକୁଳଙ୍କ ନାମ ବିଜେପି ଘୋଷଣା କରିଛି । କେବଳ ୱାର୍ଡନଂ-୬ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିନାହିଁ ବିଜେପି । ଆସନ୍ତାକାଲି ଉକ୍ତ ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ପୌର ପରିଷଦ ନିର୍ବାଚନରେ ବିଜେପିର ନଗରପାଳ ବିଜେପି ବିଜୟୀ ସହରର ବିକାଶ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯିବ | ସହରର ବିକାଶ ସହିତ ଲୋକଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କରାଯିବ ବୋଲି ବିଜେପିର ପୌରାଧ୍ୟକ୍ଷ ପ୍ରାର୍ଥିନୀ ମାଧବୀ କୁମାରୀ ଦେବୀ ପ୍ରକାଶ କରିଛନ୍ତି।  ଗତକାଲି ସନ୍ଧ୍ୟାରେ ରୋହିତ ଗଙ୍ଗଦେବଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା କହିଛନ୍ତି। ସମ୍ମିଳନୀରେ ବିଜେପି ଜିଲ୍ଲା ପ୍ରଭାରୀ ଧୀରେନ ସେନାପତି , ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ , ପ୍ରାର୍ଥିନୀ ମାଧବୀ କୁମାରୀ ଦେବୀ , ଜିଲ୍ଲା ଉପସଭାପତି ସତ୍ୟନାରାୟଣ ପାଣି , ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ବ୍ରହ୍ମା , ମୋର୍ଚ୍ଚାର କାର୍ଯ୍ୟକାରିଣୀ ମହିଳା ସଦସ୍ୟ ପ୍ରୀତି ବେହେରା , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୁତିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟପଟେ ଦେବଗଡ଼ ରାଜନୀତିରେ ରାଜପରିବାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବାବେଳେ ଚଳିତ ପୌର ନିର୍ବାଚନରେ ଭୋଟରଙ୍କ ଆସ୍ଥା କାହା ଉପରେ ରହୁଛି ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର