ସାଂଗଠନିକ ନିର୍ବାଚନ ପାଇଁ ସଜବାଜ

ସେପ୍ଟେମ୍ବର ୨ରୁ ବିଜେଡି ସଭ୍ୟସଂଗ୍ରହ ଅଭିଯାନ, ୭ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କଲେ ସୁପ୍ରିେମା, ୨୫ରେ ବିଜେପିର ନିର୍ବାଚନ ସଂପର୍କିତ କର୍ମଶାଳା

ଭୁବନେଶ୍ବର : ଯଦିଓ ଦୀର୍ଘ ଦିନ େହଲା କାର୍ଯ୍ୟକାଳ େଶଷ ହେଲାଣି, ସାଧାରଣ ନିର୍ବାଚନ ପାଇଁ ଦଳୀୟ ସାଂଗଠନିକ ନିର୍ବାଚନକୁ ଅଟକାଇ ଦେଇଥିଲେ ବିେଜଡି ଓ ବିେଜପି। ଏବେ ଉଭୟ ରାଜନୈତିକ ଦଳ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। କଂଗ୍ରେସ େନତୃତ୍ବ ପରିବର୍ତନ େନଇ ମଧ୍ୟ ଅଙ୍କକଷା ଆରମ୍ଭ େହାଇଛି। ଫଳରେ ତିନି ପ୍ରମୁଖ ରାଜନୈତିକ ଦଳର ସାଂଗଠନିକ େକ୍ଷତ୍ରରେ ବଡ଼ ଧରଣର ପରିବର୍ତନର ଆଭାସ ମିଳିଲାଣି। ଉଭୟ ବିେଜପି ଓ ବିେଜଡି ଆସନ୍ତା ଡିସେମ୍ବର ମାସ େବଳକୁ ରାଜ୍ୟ ସଭାପତି ନିର୍ବାଚନ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବରେ ହେଲେ ବି ବିଜେଡି ସାଂଗଠନିକ ନିର୍ବାଚନ ପାଇଁ ପାଗ ଭିଡିଛି। ରାଜନୈତିକ େନତାମାନଙ୍କୁ ସରକାରରେ ବିଭିନ୍ନ ନିଗମ ଆଦିରେ ଥଇଥାନ ପ୍ରକ୍ରିୟା ଆପାତତଃ େଶଷ େହାଇଛି। ଏବେ ନିର୍ବାଚନରେ ପରାସ୍ତ େହାଇଥିବା ଟାଣୁଆ େନତାଙ୍କୁ ଦଳ ସଂଗଠନ ଦାୟିତ୍ବରେ ରଖିବ।

ବିଜେଡି ଶୀର୍ଷ ମହଲର ଖବର ଅନୁଯାୟୀ, ସଂଗଠନକୁ ସରକାର ଠାରୁ ଦୂରରେ ରଖିବାକୁ ବିେଜଡି ସଭାପତି ନବୀନ ପଟ୍ଟନାୟକ ଆଗ୍ରହ ରଖିଛନ୍ତି। ଏଣୁ ଗତ ନିର୍ବାଚନରେ େଯଉଁମାନେ ଟିକେଟ୍ ପାଇ ପରାସ୍ତ େହାଇଛନ୍ତି, ସେମାନେ ନିଜ ନିଜର ନିର୍ବାଚନମଣ୍ଡଳୀରେ ସଂଗଠନ ମଜବୁତ କରିବା ସହିତ ଦଳୀୟ ସଂଗଠନ ଦାୟିତ୍ବରେ ରହିବେ। ଏଣୁ ସାଂଗଠନିକ ନିଯୁକ୍ତି େବଳେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ସମ୍ଭାବନା ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ, ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଶେଷ ପରେ ବିଜେଡି ନିଜର ସଭ୍ୟ ସଂଗ୍ରହ ପାଇଁ ପାଗ ଭିଡିଛି। ଆସନ୍ତା ସେପ୍ଟେମ୍ବର ୨ରୁ ଦଳ ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ସାତଜଣିଆ ଏହି କମିଟି ସଭ୍ୟ ସଂଗ୍ରହ ଅଭିଯାନର ତଦାରଖ କରିବ।

ରାଜ୍ୟସ୍ତରୀୟ କମିଟିର ଆବାହକ ଭାବେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟ କରିବେ। ଏହି କମିଟିରେ ସଦସ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସଙ୍କୁ ନିଆଯାଇଛି। ଆସନ୍ତାବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ଦଳ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ଗତ ଅଗଷ୍ଟ ୧୧ ତାରିଖରେ ବିେଜପି ସଭ୍ୟ ସଂଗ୍ରହ ଅଭିଯାନ େଶଷ କରିସାରିଛି। ଆସନ୍ତା ୨୫ ତାରିଖ ଦିନ ଦଳ ସାଂଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା କରିବ। ଏଥିରେ ବିଜେପିର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟରୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନବ ନିଯୁକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରମୁଖ େଯାଗଦେବେ।

ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ କହିଛନ୍ତି, ସାଂଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ୩୦୦ରୁ ଅଧିକ େନତାଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଂଜନ ପଟେଲ ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସହ ନିର୍ବାଚନ ଅଧିକାରୀ ମନୋନୀତ କରିଛନ୍ତି। ତେବେ ପ୍ରସ୍ତାବିତ କର୍ମଶାଳାରେ େକନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ତଥା ସାଂସଦ ବିେନାଦ େସାନକାର, େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ େଯାଗଦେବେ।

କେଉଁ ଜିଲ୍ଲା ପାଇଁ କିଏ ବିଜେଡି ପର୍ଯ୍ୟବେକ୍ଷକ

ନବରଙ୍ଗପୁର, ରାୟଗଡ଼ା‌ ସଞ୍ଜୟ ଦାସବର୍ମା
କୋରାପୁଟ, ମାଲକାନଗିରି ଚନ୍ଦ୍ରସାରଥୀ ବେହେରା
କଳାହାଣ୍ଡି ନବ କିଶୋର ଦାସ
ବରଗଡ଼ ପ୍ରଫୁଲ୍ଲ କୁମାର ମଲ୍ଲିକ
ବଲାଙ୍ଗୀର ସୁଶାନ୍ତ ସିଂହ
ଗଞ୍ଜାମ ମହେଶ୍ୱର ମହାନ୍ତି
ଗଜପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
କନ୍ଧମାଳ ବିକ୍ରମ କେଶରୀ ଆରୁଖ
ଢେଙ୍କାନାଳ ବିଜୟ ନାୟକ
ବୌଦ୍ଧ କୃତିବାସ ପାତ୍ର
ଅନୁଗୁଳ ନିରଞ୍ଜନ ପୂଜାରୀ
ସମ୍ବଲପୁର, ଦେବଗଡ଼ ନଳିନୀକାନ୍ତ ପ୍ରଧାନ
ସୁନ୍ଦରଗଡ଼ ପ୍ରୀତିରଞ୍ଜନ ଘଡ଼ାଇ
କେନ୍ଦୁଝର କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର
ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର ପ୍ରତାପ ଜେନା
ଭଦ୍ରକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କେନ୍ଦ୍ରାପଡ଼ା ପ୍ରମିଳା ମଲ୍ଲିକ
ଜଗତସିଂହପୁର ଦେବାଶିଷ ସାମନ୍ତରାୟ
ପୁରୀ ପ୍ରଦୀପ କୁମାର ଅମାତ
ଖୋର୍ଦ୍ଧା ପ୍ରସନ୍ନ ଆଚାର୍ଯ୍ୟ
ନୂଆପଡ଼ା ସୌଭାଗ୍ୟ ନାୟକ
କଟକ ଉଷା ଦେବୀ
ଯାଜପୁର ଅଶୋକ ଚନ୍ଦ୍ର ପଣ୍ଡା
ନୟାଗଡ଼ ଅମର ପ୍ରସାଦ ଶତପଥୀ
ଝାରସୁଗୁଡ଼ା ପଦ୍ମନାଭ ବେହେରା
େସାନପୁର ହାଜି ମହମ୍ମଦ ଆୟୁବ ଖାନ

ସମ୍ବନ୍ଧିତ ଖବର