ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ଏବଂ ଗୋବରା ସାହିତ୍ୟ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଭଞ୍ଜନଗର ଏକ ବୃହତ୍ ଉପଖଣ୍ଡ ହୋଇଥିବା ବେଳେ ଏହାଠୁ କମ୍ ଜନସଂଖ୍ୟା ଥିବା ଅଞ୍ଚଳକୁ ଜିଲ୍ଲା ଘୋଷଣା କରାଯାଉଛି। କିନ୍ତୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିକୁ ସରକାର ଅଣଦେଖା କରୁଛନ୍ତି। ଏଦିଗରେ ବିଚାର କରିବାର ସମୟ ଆସିଛି ବୋଲି ଉଭୟ ସଂଗଠନ ପକ୍ଷରୁ କୁହାଯାଇଛି।

Advertisment

ସଭାପତି ସୋମନାଥ ନାୟକଙ୍କ ନେତୃତ୍ବରେ ଅନ୍ୟମାନେ ଉପସ୍ଥିତ ଥିଲେ।  ସେହିପରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଗୋପାଳଚନ୍ଦ୍ର ଲେଙ୍କା, ହରିକୃଷ୍ଣ ସାହୁ, ଶଶୀ ଗୌଡ଼ ଓ ସନ୍ତୋଷ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ। ଏଥିସହ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଯୁବକ ସଂଘ ପକ୍ଷରୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା।  ଭଞ୍ଜକିଶୋର ପ୍ରଧାନ, ବିଦେଶୀ ସାହୁ ଓ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ।