ବୈପାରିଗୁଡା: ରାଜ୍ୟ ସରକାରଙ୍କ ଦ୍ଵାରା ଓମଫେଡ ଦୁଗ୍ଧ ଦର ବୃଦ୍ଧି କରାଯାଇଥିବାରୁ ଏହାକୁ ବିରୋଧ କରି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର କୋରାପୁଟ ଜିଲ୍ଲା କମିଟି ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଶିଶୁ ଏବଂ ରୋଗୀଙ୍କ ପାଇଁ ଓମଫେଡ ଦୁଗ୍ଧ ଆବଶ୍ୟକତା କେତେ ଜରୁରୀ ସେ ସଂପର୍କରେ ରାଜ୍ୟ ସରକାର ଆଖି ବୁଜି ଦେଇ ଲିଟର ପିଛା ଏକ ଟଙ୍କା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବଜାରରେ ଓମଫେଡ ଖିର ତେଇଶି ଟଙ୍କା ବଦଳରେ ଚବିଶ ଟଙ୍କାରେ ବିକ୍ରି ହେଉଛି। ଶିଶୁ ଏବଂ ରୋଗୀଙ୍କୁ ଅଣଦେଖା କରି ଅଗଣତାନ୍ତ୍ରିକ ଉପାୟରେ ଦର ବୃଦ୍ଧି କରିବା ସର୍ବାଦୌ ଅନ୍ୟାୟ ଅଟେ। ରାଜସ୍ବ ବୃଦ୍ଧି ଆଳରେ ଖୁଲମଖୁଲା ମଦ ବିକ୍ରି କରାଯାଉଥିବା ବେଳେ ଦୁଗ୍ଧଉପରେ ମଧ୍ୟ ଦର ବୃଦ୍ଧି କରି ସରକାର ଯେଉଁ ଅନ୍ୟାୟ କରୁଛନ୍ତି, ସେଥିରୁ ନିବୃତ୍ତ ରହିବା ସହ ଖିରର ଦାମ ଲିଟର ପିଛା କୋଡ଼ିଏ ଟଙ୍କା ଭିତରେ ସୀମିତ ରଖାଯାଉ। ଏହି ମର୍ମରେ ଲିଖିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୈପାରିଗୁଡା ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି।
‘ଓମଫେଡ’ ଦୁଗ୍ଧ ଦର ବୃଦ୍ଧି ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
/sambad/media/post_attachments/wp-content/uploads/2022/05/b9279fd9-fdae-4cf5-8bc9-268fac392e74.jpg)
/sambad/media/agency_attachments/2024-07-24t043029592z-sambad-original.webp)