୭ରୁ ଭୁବନେଶ୍ବର-ଭଦ୍ରକ ମଧ୍ୟରେ ମେମୁ

ଭୁବନେଶ୍ବର : ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମଧ୍ୟରେ ମେମୁ ଟ୍ରେନ୍‌ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଭଦ୍ରକ ମେମୁ(୬୮୪୦୮) ଏପ୍ରିଲ ୭ରୁ ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୫୫ରେ ଛାଡ଼ି ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ। ଏପ୍ରିଲ ୮ରୁ ଭଦ୍ରକ-ଭୁବନେଶ୍ୱର ମେମୁ(୬୮୪୦୭) ସକାଳ ୬ଟା ୧୫ରେ ଭଦ୍ରକରୁ ଛାଡ଼ି ପୂର୍ବାହ୍ନ ୯ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ।

ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି ପିଏଚ୍‌, କଟକ, କେନ୍ଦ୍ରାପଡ଼ା ରୋଡ, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, କପିଳାସ ରୋଡ, ଶ୍ରୀ ଝାଡ଼େଶ୍ୱର, ଧାନମଣ୍ଡଳ, ହରିଦାସପୁର, ନୂଆ ଗଡ଼ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଯଖପୁରା, ଯାଜପୁର କେନ୍ଦୁଝର ରୋଡ, କୋରେଇ, ବୈତରଣୀ ରୋଡ, ଦୁଲାଖାପାଟନା, ମଞ୍ଜରୀ ରୋଡ, କେନ୍ଦୁଆପଦା, କପାଲି ରୋଡ ଓ ବାଉଦପୁର ଷ୍ଟେସନରେ ରହଣି କରିବ। ଏହାବ୍ୟତୀତ ଯାତ୍ରୀଙ୍କ ସୁବିଧା, କୋଭିଡ୍‌ ପରିସ୍ଥିତି ଓ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଆହୁରି କେତେକ ପାସେଞ୍ଜର/ମେମୁ ଟ୍ରେନ୍‌ ଓ ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଉଛି। ସମ୍ବଲପୁର-ଟିଟିଲାଗଡ ଓ ରାୟଗଡ଼ା ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍(୦୮୪୪୭/୦୮୪୪୮) ଏପ୍ରିଲ ୧୯ରୁ ଭୁବନେଶ୍ୱରରୁ ଓ ଏପ୍ରିଲ ୨୦ରୁ କୋରାପୁଟରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର