ରେଙ୍ଗାଲି-ସମ୍ବଲପୁର ମଧ୍ୟରେ ମେମୁ ଟ୍ରେନ୍‌ ବାତିଲ୍

ସମ୍ବଲପୁର : ଚଳିତ ମାସରେ ୬ ଦିନ ପାଇଁ ୦୮୧୬୯/୦୮୧୭୦ ଝାରସୁଗୁଡ଼ା-ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍ ରେଙ୍ଗାଲି ଓ ସମ୍ବଲପୁର ଷ୍ଟେସନ ମଧ୍ୟରେ ବାତିଲ ରହିବ ବୋଲି ‌ରେଳବାଇ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ଡିସେମ୍ବର ୧୪, ୧୬, ୧୮, ୨୦, ୨୩ ଓ ୨୫ ତାରିଖ ଦିନ ଏହି ‌‌‌ମେମୁ ‌ଟ୍ରେନ୍ ଉଭୟ ପାର୍ଶ୍ବରୁ କେବଳ ଝାରସୁଗୁଡ଼ା ଓ ରେଙ୍ଗାଲି ଷ୍ଟେସନ୍ ମଧ୍ୟରେ ଚଳାଚଳ କରିବ।

ସରଲା-ଶାସନ-ରେଙ୍ଗାଲି ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟଜନିତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ରେଙ୍ଗାଲି ଓ ସମ୍ବଲପୁର ଷ୍ଟେସନ୍ ମଧ୍ୟରେ ଏହି ଟ୍ରେନ୍ ବାତିଲ ରଖିବାକୁ ନିଷ୍ପତ୍ତି ହୋଇଥିବା ରେଳବାଇ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର