ଏପ୍ରିଲ ୧୨ରୁ ଟ୍ରାକ୍‌କୁ ଫେରିବ ‘ମେମୁ’; ପୁରୀ, ପାରାଦୀପ, ଭଦ୍ରକ ରୁଟ୍‌ରେ ଗଡ଼ିବ ଏପ୍ରିଲ ୧ରୁ ତପସ୍ବିନୀ ଏକ୍ସପ୍ରେସ୍‌

କଟକ: କଟକ ରେଳ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ତପସ୍ବିନୀ ଏକ୍ସପ୍ରେସ୍‌ ଚଳାଚଳ କରିବାକୁ ଯାଉଛି। ସେହିପରି ଏପ୍ରିଲ ୧୨ ତାରିଖରୁ କଟକ ଷ୍ଟେସନରୁ କଟକ-ପୁରୀ, କଟକ-ପାରାଦୀପ, କଟକ-ଭଦ୍ରକ ରୁଟ୍‌ରେ ମେମୁ ଟ୍ରେନ୍‌ ଆରମ୍ଭ ହେବ। ମେମୁ ଟ୍ରେନ୍‌ ପୁରୀ ଓ ପାରାଦୀପ ରୁଟ୍‌ରେ ଦିନକୁ ଥରେ ଚାଲିବାକୁ ଥିବା ବେଳେ ଭଦ୍ରକ ଦିନକୁ ଦୁଇ ଥର ଚଳାଚଳ କରିବ। ରେଳ ଷ୍ଟେସନର ଦୁଇଟି ଗେଟ୍‌ରେ ଥର୍ମାଲ୍‌ ସ୍କ୍ରିନି˚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଟକ ଷ୍ଟେସନରେ ଦୈନିକ ୧୫ରୁ ୨୦ ହଜାର ଯାତ୍ରୀ ଯାତାୟତ କରିବାକୁ ଥିବା ବେଳେ ଆରପିଏଫ୍‌ ଓ ଜିଆରପି ପକ୍ଷରୁ ସାମାଜିକ ଦୂରତା, ମାସ୍କ ବ୍ୟବହାର କଡ଼ାକଡ଼ି କରାଯାଇଛି। କଟକରେ କରୋନା ସ˚କ୍ରମଣ ବୃଦ୍ଧି ପାଉଥିବାରୁ ଷ୍ଟେସନ୍‌ ପରିସରରେ କିଭଳି ସାମାଜିକ ଦୂରତା ରଖାଯିବ ଏବ˚ ବିନା ଥର୍ମାଲ୍‌ ସ୍କ୍ରିନି˚ରେ କେହି ଯାତ୍ରୀ ଯେଭଳି ଚଳାଚଳ କରିବେ ନାହିଁ, ସେଥିପ୍ରତି ଗୁରୁତ୍ବ ଦେବାକୁ ଷ୍ଟେସନ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, କୋଭିଡ୍‌ ସ˚କ୍ରମଣକୁ ଦୃଷ୍ଟିରେ ରଖି ଗଲାବର୍ଷ ମାର୍ଚ୍ଚ ୨୨ ତାରିଖରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ଠିକ୍‌ ବର୍ଷକ ପରେ କଟକ ରେଳ ଷ୍ଟେସନ୍‌ ସ୍ବାଭାବିକ ହେବାକୁ ଯାଉଛି। କଲିକତାରେ ପାସେଞ୍ଜର ଓ ଡିଏମୟୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ କଟକରେ ସ୍ଥିତି ସ୍ବାଭାବିକ ହୋଇପାରୁ ନଥିବା ସମ୍ପର୍କରେ ନିକଟରେ ସମ୍ବାଦରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଷ୍ଟେସନରେ ଏକ୍ସପ୍ରେସ, ମେମୁ ଟ୍ରେନ୍‌ ସ୍ବାଭାବିକ ହେବାକୁ ଯାଉଛି। କଟକ ଷ୍ଟେସନ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଆସନ୍ତା ୧ ତାରିଖରୁ ପୁରୀ-ହାତୀୟା ତପସ୍ବିନୀ ଏକ୍ସପ୍ରେସ, ୩ ତାରିଖରୁ ସମ୍ବଲପୁର-ପୁରୀ, ୭ ତାରିଖରେ ପୁରୀ- ପାରାଦୀପ ଏକ୍ସପ୍ରେସ୍‌ ଚଳାଚଳ କରିବ। ସେହିପରି ମେମୁ ଟ୍ରେନ୍‌ ଚଳାଚଳ ବି ସ୍ବାଭାବିକ ସ୍ଥିତି ଫେରିବାକୁ ଯାଉଛି।

egov.eletsonline.com

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍‌(୬୮୪୧୬) ଏପ୍ରିଲ ୧୨ ତାରିଖରୁ ପୁରୀରୁ ସକାଳ ୮ଟାରୁ ଛାଡ଼ିବ। ସେହିଦିନ କଟକ ଷ୍ଟେସନରେ ଦିନ ପ୍ରାୟ ୧୦ଟା ୪୫ରେ ପହଞ୍ଚିବ। ପରଦିନ ୧୩ ତାରିଖରେ କଟକରୁ ଅପରାହ୍ନ ୪ଟା ୫୫ରେ ଟ୍ରେନ୍‌(୬୮୪୧୫) ଛାଡ଼ିବ। ସେଦିନ ରାତି ୭ଟା ୪୫ରେ କଟକ ଷ୍ଟେସନରେ ପହଞ୍ଚିବ। କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍‌(୬୮୪୩୮) କଟକ ଷ୍ଟେସନରୁ ଏପ୍ରିଲ ୧୨ ତାରିଖ ସକାଳ ୧୧ଟା ୫୫ରେ ଛାଡ଼ିବ। ଭଦ୍ରକରେ ୨ଟା ୫ରେ ପହଞ୍ଚିବ। ଭଦ୍ରକରୁ ସେଦିନ ମେମୁ ଟ୍ରେନ୍‌(୬୮୪୩୭) ଅପରାହ୍ନ ୩ଟା୩୦ରେ ଛାଡ଼ି କଟକରେ ସନ୍ଧ୍ୟା ୬ଟା ୩୫ରେ ପହଞ୍ଚିବ।

ଏପ୍ରିଲ ୧୩ ତାରିଖ ସକାଳ ୮ଟା ୪୫ରେ ଛାଡ଼ିବ। ଭଦ୍ରକରେ ୧୨ଟା ୧୦ରେ ପହଞ୍ଚିବ। ସେଦିନ ଭଦ୍ରକରୁ ଟ୍ରେନ୍‌(୬୮୪୨୩) ୧୨ଟା ୫୦ରେ ଛାଡ଼ିବ ଏବ˚ ୪ଟା ୧୫ରେ କଟକ ଷ୍ଟେସନରେ ପହଞ୍ଚିବ। କଟକ-ପାରାଦୀପ-କଟକ ମେମୁ ଟ୍ରେନ୍‌(୬୮୪୦୧) ୧୨ ଏପ୍ରିଲ ସନ୍ଧ୍ୟା ୭ଟାରେ ଛାଡ଼ି ପାରାଦୀପରେ ରାତି ୮ଟା ୫୦ରେ ପହଞ୍ଚିବ। ମେମୁ ଟ୍ରେନ(୬୮୪୦୨) ପାରାଦୀପରୁ ଏପ୍ରିଲ ୧୩ ତାରିଖ ସକାଳ ୬ଟା ୩୦ରେ ଛାଡ଼ି କଟକରେ ୮ଟା ୨୦ରେ ପହଞ୍ଚିବ। ୨୦୨୦ ଜୁନ୍‌ ୧ ତାରିଖଠାରୁ ୧୦ଟି ସ୍ପେଶାଲ ଟ୍ରେନ୍‌ କଟକ ଦେଇ ଚଳାଚଳ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୈନିକ ପ୍ରାୟ ୧୭ ଯୋଡ଼ା ଟ୍ରେନ୍‌ ଚଳାଚଳ କରୁଛି। କରୋନା ପୂର୍ବରୁ ସାଧାରଣ ଦିନମାନଙ୍କରେ କଟକ ରେଳ ଷ୍ଟେସନ୍‌ ଦେଇ ୯୦ ଯୋଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିଲା।

ଏବେ ପୁରୁଷୋତ୍ତମ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ୍‌, ନୀଳାଚଳ ଏକ୍ସପ୍ରେସ୍‌, ଉତ୍କଳ ଏକ୍ସପ୍ରେସ୍‌ ଇତ୍ୟାଦି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ କୋଭିଡ୍‌ ସ୍ପେଶାଲ ଟ୍ରେନ୍‌ ନାଁରେ ଚଳାଚଳ କରୁଛି। କଟକ ଷ୍ଟେସନର ଗେଟ୍‌ ନ˚ ୧ରେ ଷ୍ଟେସନ ଭିତରକୁ ଯାତ୍ରୀଙ୍କ ପ୍ରବେଶ ଦ୍ବାର ସ୍ଥିର ହୋଇଥିବା ବେଳେ ସେଠାରେ ଷ୍ଟେସନ ପକ୍ଷରୁ ଥର୍ମାଲ ସ୍କ୍ରିନି˚ ବ୍ୟବସ୍ଥା କରାଯାଇଛି। ସେହିପରି ଗେଟ୍‌ ନ˚ ୨ରେ ସିଏମ୍‌ସି ପକ୍ଷରୁ ଥର୍ମାଲ୍‌ ସ୍କ୍ରିନି˚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେହି ଯାତ୍ରୀ କୋଭିଡ୍‌ ସନ୍ଦିଗ୍ଧ ଥିଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଯିବ। ଷ୍ଟେସନ ପରିସରରେ ଉଭୟ ଆରପିଏଫ୍‌ ଏବ˚ ଜିଆରପି ପକ୍ଷରୁ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଗୋଟିଏ ପଟେ କଟକରେ କରୋନା ସ˚କ୍ରମଣ ବୃଦ୍ଧି ପାଉଥିବା ବେଳେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିବାରୁ ପ୍ଲାଟଫର୍ମ ପରିସର, ଶୌଚାଳୟ, ପାଣି ଟ୍ୟାପ୍‌ ଅଞ୍ଚଳ, ସିଢ଼ି ଓ ବସିବା ଅଞ୍ଚଳକୁ ଦୈନିକ ବିଶୋଧନ କରାଯିବାକୁ ଷ୍ଟେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର