ମହିଳା ସାଂସଦଙ୍କ ପୁରୁଷ ହକି ବିଶ୍ବକପ୍‌ ଚିନ୍ତା

ରାଜ୍ୟସଭାରେ ସରୋଜିନୀଙ୍କୁ ପ୍ରଶଂସା କଲେ ଉପରାଷ୍ଟ୍ରପତି

ବାରିପଦା : ମହିଳା ସାଂସଦଙ୍କ ପୁରୁଷ ହକି ବିଶ୍ବକପ-୨୦୨୩ ଚିନ୍ତା। ଆଉ ଏହାକୁ ଖୋଲା ହୃଦୟରେ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ-୨୦୨୩ ସମ୍ପର୍କରେ ରାଜ୍ୟସଭାରେ ଏକ ପ୍ରଶ୍ନ ପଚାରିଥିଲେ। ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ବକପ୍‌ ନିମନ୍ତେ ଷ୍ଟାଡିୟମ୍‌ର ପୁନରୁଦ୍ଧାର ତଥା ଅପ୍‌ଗ୍ରେଡେସନ୍‌ ନେଇ ଶ୍ରୀମତୀ ହେମ୍ବ୍ରମ୍‌ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାକୁ ହକିର ରାଜଧାନୀ କରିଥିବା ରାଜ୍ୟ ସରକାରଙ୍କୁ ଏ ନେଇ ସହାୟତା କରିବାକୁ ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ମାଧ୍ୟମରେ ଶ୍ରୀମତୀ ହେମ୍ବ୍ରମ୍‌ ପ୍ରଶ୍ନ ଉଠାଇଥିଲେ। ଶ୍ରୀମତୀ ହେମ୍ବ୍ରମ୍‌ଙ୍କ ଏହି ପ୍ରଶ୍ନ ପରେ ମହିଳାମାନେ ବାସ୍ତବରେ କେତେ ଉଦାର ଏବଂ ବିଶାଳ ବୋଲି ଉପରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ। ଜଣେ ମହିଳା ସାଂସଦ ହୋଇ ମଧ୍ୟ ପୁରୁଷ ହକି ବିଶ୍ବକପ୍‌ ପାଇଁ ଉତ୍ସାହ ଦେଖାଇଥିବାରୁ ଶ୍ରୀମତୀ ହେମ୍ବ୍ରମ୍‌ଙ୍କୁ ପ୍ରଶଂସା କରିଥିଲେ ଉପରାଷ୍ଟ୍ରପତି।

ସମ୍ବନ୍ଧିତ ଖବର