ହକି ମହାକୁମ୍ଭ: ସନ୍ଧ୍ୟା ୭ଟାରେ ଭାରତ ଓ ଦକ୍ଷିଣ-ଆଫ୍ରିକା ପରସ୍ପରକୁ ଭେଟିବେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଗତ ମଙ୍ଗଳବାର ରଙ୍ଗାରଙ୍ଗ ଉତ୍ସବ ପରେ ସମସ୍ତଙ୍କ ନଜର କଳିଙ୍ଗ ହକି କମ୍ପେ୍‌ସରେ ଷ୍ଟିକ ଚାଳନା ଉପରେ । ଆଜି ପ୍ରଥମର ଦିନରୁ ହିଁ ଭାରତ ତାର ଅଭିଯାନ ଆରମ୍ଭ କରିବ । ସନ୍ଧ୍ୟା ୫ଟାରେ ବେଲଜିୟମ – କାନାଡା ଏବଂ ୭ଟାରେ ଭାରତ ଓ ଦକ୍ଷିଣ-ଆଫ୍ରିକା ପରସ୍ପରକୁ ଭେଟିବେ। ଦୀର୍ଘ ୪୩ ବର୍ଷ ଧରି ବିଶ୍ୱକପ ପଦ ବିହୀନ ଥିବା ଭାରତ ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ।

ସୂଚନାଯୋଗ୍ୟ, ବିଶ୍ୱ ହକିରେ ଭାରତର ମାନ୍ୟତା ୪ ନମ୍ବରରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ମାନ୍ୟତା ୧୫ତମ ସ୍ଥାନରେ ରହିଛି। ଏଥିପାଇଁ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଥିବାରୁ ଭାରତର ମନୋବଳ ଦୃଢ ରହିଛି । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଉପରେ ବି ସମସ୍ତଙ୍କ ନଜର ରହିଛି ।

ସେପଟେ,ବିଶ୍ୱକପ ହକି ପାଇଁ ଆଜି ଏକ ସ୍ମାରକୀ ଡାକଟିକେଟକୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଭିନ୍ନ ଭିନ୍ନ ୫ଟି ଡାକଟିକେଟ ଉନ୍ମୋଚିତ ହୋଇଛି ।

ସମ୍ବନ୍ଧିତ ଖବର