ହରେକୃଷ୍ଣ ଜଣେ ସାଇକୋ ଅପରାଧୀ!

ଘରୁ ପଳାଇଥିବା ପ୍ରଥମ ପତ୍ନୀଙ୍କ ଘରେ ବି ନିଆଁ ଲଗାଇଥିଲା

ତିହିଡ଼ି: ଜଗତସି˚ହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ବନାପାଟ ଗାଁରେ ନିଜର ଦ୍ବିତୀୟ ପତ୍ନୀ, ଶ୍ବଶୁର ଓ ଶାଶୂଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବା ସହିତ ସେହି ନିଆଁ ନିଜେ ପୋଡ଼ି ମରିଥିବା ହରେକୃଷ୍ଣ ମଳିକର ଘର ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦୁର୍ଦ୍ଦାନ୍ତ ଓ ନୃଶଂସ ସ୍ବଭାବର ହରେକୃଷ୍ଣ ଜଣେ ବିକୃତ ମାନସିକ (ସାଇକୋ) ଅପରାଧୀ ଥିଲା ବୋଲି ତା’ର ପରିବାର ଲୋକ ଓ ଗ୍ରାମବାସୀଙ୍କଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ସ୍ବଗର୍ତ ଭକ୍ତହରି ମଳିକଙ୍କ ପୁଅ ହରେକୃଷ୍ଣର ଘର ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ବାଲିଚତୁରୀ ଗ୍ରା‌ମ‌େର। ଘରେ କେବଳ ବିଧବା ବୃଦ୍ଧା ମା’ ଓ ଜଣେ ଭିନ୍ନକ୍ଷମ ଭଉଣୀ ରହନ୍ତି। ପ୍ରାୟ ୧୦ ବର୍ଷ ତଳେ ସେ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲା। ମାତ୍ର କଥା କଥାକେ ସ୍ତ୍ରୀକୁ ମାରଧର କରିବାରୁ ସ୍ବାମୀର ନିର୍ଯାତନା

ଗାଁରେ ମାରପିଟ୍ କରି ବାରମ୍ବାର ଜେଲ୍ ଯାଇଥିଲା
ବୃଦ୍ଧା ମା’ ଓ ଭିନ୍ନକ୍ଷମ ଭଉଣୀକୁ ବି ନିର୍ଯାତନା ଦେଉଥିଲା

ସହିନପାରି ସେ ଦିନେ ଅନ୍ୟ ଜଣେ ପୁରୁଷଙ୍କ ସହିତ ଘରୁ ପଳାଇ ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହରେକୃଷ୍ଣ ସ˚ପୃକ୍ତ ବ୍ୟକ୍ତିଙ୍କ ଘରେ ନିଆଁ ଲଗେଇ ଦେଇଥିଲା। କେବଳ ସେତିକି ନୁହେଁ, ହରେକୃଷ୍ଣ ବିିଭିନ୍ନ ସମୟରେ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ସହିତ ମାରପିଟ୍‌ କରିବାରୁ ବହୁବାର ଗିରଫ୍‌ ହୋଇ ଜେଲ ଯାଇଥିଲା। ଏପରିକି ନିଜର ବୃଦ୍ଧା ମା’ ଓ ଭିନ୍ନକ୍ଷମ ଭଉଣୀକୁ ମଧ୍ୟ ସେ ମାରଧର କରି ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରୁଥିଲା। ତେବେ କିଛି ବର୍ଷ ତଳେ ସେ ଗାଁ ଛାଡ଼ି ବାଙ୍ଗାଲୋର ପଳାଇ ଯାଇଥିଲା ଏବଂ ସେଠାରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲା। ସେହି କମ୍ପାନିରେ ଚାକିରି କରୁଥିବା କୁଜଙ୍ଗ ଅଞ୍ଚଳର ଜଣେ ଯୁବକ ମୁନାଙ୍କ ସହ ତା’ର ଘନିଷ୍ଠତା ବଢ଼ିବା ପରେ ମୁନାର ସ୍ବାମୀ ପରିତ୍ୟକ୍ତା ଭଉଣୀକୁ ଦ୍ବିତୀୟ ବିବାହ କରିଥିଲା। ମାତ୍ର ବିବାହ ପରଠାରୁ ହରେକୃଷ୍ଣ ତା’ର ସ୍ବଭାବସୁଲଭ ଢଙ୍ଗରେ ପୁଣିଥରେ ପତ୍ନୀ ରୁବିନାକୁ ମାରଧର କରିବା ସହ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲା। ‌ଏଥିରେ ଅତିଷ୍ଠ ହୋଇ ରୁବିନା ମଧ୍ୟ ଶାଶୂଘର ଛାଡ଼ି ବାପଘରକୁ ଚାଲି ଯାଇଥିଲା। ଘର ଲୋକଙ୍କ କହିବା ଅନୁଯାୟୀ ଦ୍ବିତୀୟ ପତ୍ନୀ ମଧ୍ୟ ଛାଡ଼ି ପଳାଇବା ପରେ ହରେକୃଷ୍ଣ ମାନସିକ ସ୍ଥିରତା ହରାଇ ଅଧିକ ହିଂସ୍ର ଓ ଉଗ୍ର ହୋଇ ଉଠିଥିଲା। ଗତ କିଛି ଦିନ ମଧ୍ୟରେ ମା’କୁ ଧମକଚମକ ଦେଇ ସେ ନିଜର ପୈତୃକ ସମ୍ପତ୍ତିକୁ ଗୋଟିଏ ପରେ ଗୋଟିଏ ବିକ୍ରି କରି ଚାଲିଥିଲା। ‌ପ୍ରାୟ ସପ୍ତାହେ ହେଲା ସେ ଘରକୁ ମଧ୍ୟ ଆସୁ ନ ଥିଲା। ଶେଷରେ ଗତକାଲି ସେ ଶ୍ବଶୁର ଘରେ ଏଭଳି ଜଘନ୍ୟ କାଣ୍ଡ ଘଟାଇବା ସହିତ ପ୍ରାଣ ହରାଇଥିବା ଖବର ପାଇ ମା’ ଓ ଭଉଣୀ ସ୍ତବ୍ଧ ହୋଇ ଯାଇଥିଲେ। ଆଜି ଏ ନେଇ ପଚରାଯିବାରୁ ସେମାନେ ହରେକୃଷ୍ଣର ଭୟଙ୍କର ପାଗଳାମୀ ସଂପର୍କରେ କହିଥିବାବେଳେ ଗାଁ ଲୋକେ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ହରେକୃଷ୍ଣର ମୃତ୍ୟୁକୁ ନେଇ ଆଦୌ ଦୁଃଖିତ ନୁହନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର