ଆରଡିଏସି ମାନସିକ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବାରିପଦା : ସ୍ଥାନୀୟ ସୁନାମୁହିଁସ୍ଥିତ ଆରଡିଏସି ମାନସିକ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କୁ ନେଇ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟୁତପ୍ରଭା ନାୟକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଦିବସ ଅବସରରେ ମୁଖ୍ୟଅତିଥି ଶ୍ରୀ ବେହେରା ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ଏବଂ ପରିବାର ସହିତ ପୁନଃମିଳନ ବିଷୟରେ ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ଏଠାରେ ରହି ମାନସିକ ରୋଗରୁ ସୁସ୍ଥ ହୋଇଥିବା ମହିଳା ଅନ୍ତେବାସୀଙ୍କୁ ବସ୍ତ୍ର ଉପହାର ପ୍ରଦାନ କରାଯାଇଥିଲା। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଜିଲ୍ଲାରୁ ଅଧିକ ଅଧିକ ମାନସିକ ବିକାରଗ୍ରସ୍ତ ମହିଳା ଏବଂ ଶିଶୁଙ୍କ ପାଖରେ ସେବା ପହଞ୍ଚାଇବାର ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପ ନିଆଯାଇଥିଲା। ଶେଷରେ ପ୍ରୀତିସ୍ପଦା ଦାଶ ଧନ୍ୟବାଦ ଅର୍ପଣ କରିଥିବାବେଳେ ଆରଡିଏସିର ସର୍ବଶ୍ରୀ ଭାବଗ୍ରାହୀ ଆଚାର୍ଯ୍ୟ, ମୌନାବତୀ ଗିରି, କ୍ରଷ୍ଣା ଘୋଷ, ଆଲିମା ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର