ଦଶପଲ୍ଲା : ଦଶପଲ୍ଲା ଥାନା ଅଧୀନସ୍ଥ ଘୋଳାହାଣ୍ତି ଗ୍ରାମ ନିକଟସ୍ଥ ବକଟା ଜଙ୍ଗଲରୁ ଶନିବାର ଦିନ ପୁଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତବ୍ୟକ୍ତି ଜଣକ ମାନସିକ ଭିନ୍ନକ୍ଷମ ଥିବାବେଳେ ଖାଦ୍ୟ ନ ପାଇ ଅନାହାରରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ନାଳ ନିକଟରେ ମୃତଦେହ ପଡ଼ିଥିବା ବେଳେ ଶନିବାର ଦିନ କିଛିବ୍ୟକ୍ତି ଛେଳି ଚରାଇବାକୁ ଯାଇ ଦେଖିବାକୁ ପାଇଥିଲେ। ଏହା ପରେ ମଧ୍ୟଖଣ୍ତ ଫାଣ୍ତିକୁ ଖବର ଦେଇଥିଲେ।
ଖବର ପାଇ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି। ବ୍ୟବଚ୍ଛେଦ ପରେ ନୟାଗଡ଼ରେ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମୃତଦେହର ପରିଚୟ ମିଳିନଥିବା ବେଳେ ଶବ ସଂରକ୍ଷଣ ଗୃହରେ ଏହାକୁ ୯୬ ଘଣ୍ଟା ରଖାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଘୋଳାହାଣ୍ଡି ସରପଞ୍ଚ ପ୍ରଦୀପ କୁମାର ସ୍ବାଇଁଙ୍କୁ ପଚାରିବାରୁ, ଉକ୍ତ ବ୍ୟକ୍ତି ଜଣକ କିଛି ଦିନ ଧରି ସେହି ଅଞ୍ଚଳରେ ବୁଲାଚଲା କରୁଥିଲେ ଏବଂ ଖାଦ୍ୟ ନ ପାଇ ତାଙ୍କର ମୃତ୍ୟୁ ଘଟିଥିବା ଆଲୋଚନା ହେଉଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)