ଲାଲ୍ ପୋଷାକରେ ଆସିଲେ ଲିଲି; ଡାକ୍ତରଖାନାରେ ରୋଗୀଙ୍କୁ ଇଂଜେକ୍ସନ ଫୋଡ଼ିଲେ : ଡ୍ୟୁଟିରେ ଥିବା ନର୍ସ ନିଲମ୍ବିତ ଓ ସିକ୍ୟୁରିଟି ଗାର୍ଡ ବହିଷ୍କୃତ

ସମ୍ବଲପୁର :  ପୁଣି ଚର୍ଚ୍ଚାରେ ସମ୍ବଲପୁର ସଦର ମେଡିକାଲ । ଏହି ଡାକ୍ତରଖାନାରେ ଗତକାଲି ରୋଗୀଙ୍କୁ ଇଂଜେକ୍ସନ ଦେଇଥିବା ଅଜଣା ଯୁବତୀଙ୍କ ପରିଚୟ ଜଣାପଡ଼ିଛି ।  ଯୁବତୀ ଜଣକ ହେଉଛନ୍ତି ସମ୍ବଲପୁରର ଲିଲି ଜାଲ । ଗତ ଶନିବାର ରାତି ପ୍ରାୟ ଗୋଟାଏରେ ଲିଲି ସଦର ମେଡିକାଲ ମେଡିସିନ ୱାର୍ଡରେ ପଶି ୫ ଜଣଙ୍କୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି । ପୋଲିସର ପ୍ରାଥମିକ ରିପୋର୍ଟ ଅନୁସାରେ, ଯୁବତୀଙ୍କ ମାନସିକ ବିକୃତି ଥିଲା । ଘରେ ଗଣ୍ଡଗୋଳ କରି ଆସିବା ପରେ ସେ ଏଭଳି କାଣ୍ଡ କରିଥିବା ଜଣାଯାଇଛି ।

ଘଟଣାର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । ରାତି ପାଖାପାଖି ୧୨ ଟା ୪୫ ରୁ ୧ ଟା ୧୫ ଭିତରେ ଲାଲ୍ ରଙ୍ଗର ଶାଢ଼ି ଓ ସ୍ୱେଟର ପିନ୍ଧିଥିବା ଜଣେ ଅଜଣା ଯୁବତୀ ମେଡିକାଲ୍ ପରିସରକୁ ପ୍ରବେଶ କରିଥିଲେ । ପ୍ରଥମେ ସହିତ ପୁରୁଷ ମେଡିସିନ ୱାର୍ଡକୁ ଯାଇ ସ୍ୱିକ୍ୟରିଟି ଗାର୍ଡ଼ ସହିତ ନର୍ସଙ୍କ ରୁମକୁ ଯାଇଥିଲେ । ନର୍ସ ନଥିବା ବେଳେ ରୋଗୀମାନଙ୍କୁ ସାଲାଇନ ଓ ଇଞ୍ଜେକ୍ସନ ଦେଇଥିଲେ । ତେବେ ସନ୍ଦେହ ହେବାରୁ ରୋଗୀ ମାନେ ପାଟି ତୁଣ୍ଡ କରିଥିଲେ ।

ଜଣେ ଅଜଣା ଯୁବତୀ ପୁରୁଷ ମେଡିସିନ୍ ୱର୍ଡକୁ ଯାଇ ରୋଗୀଙ୍କୁ ଇଞ୍ଜେକ୍ସନ୍ ଓ ସାଲାଇନ ଦେବା ଘଟଣ ସମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାକୁ ନେଇ ଡ୍ୟୁଟିରେ ଥିବା ନର୍ସକୁ ନିଳମ୍ବିତ କରାଯାଇଥବା ବେଳେ ସିକ୍ୟୁରିଟି ଗାର୍ଡକୁ ବହିଷ୍କର କରାଯାଇଛି । ଏପଟେ ସମ୍ପୃକ୍ତ ଯୁବତୀଙ୍କୁ ପୁଲିସ ଗିରଫ କରିଛି ।

ସମ୍ବନ୍ଧିତ ଖବର