ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଆସନ୍ତା ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହାସହିତ ପ୍ରତି ଶନିବାର ଓ ରବିବାର ପୂର୍ବପରୁ ସଟ୍ଡାଉନ୍ ରହିବ। ସରକାର ଏହି ଘୋଷଣା କରିବା ପରେ ଆସନ୍ତାକାଲିଠାରୁ ତେଜରାତି ଦୋକାନଗୁଡ଼ିକୁ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଏ ନେଇ ସୂଚନା ଦେଇ ମହାସଂଘ ପକ୍ଷରୁ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଜନଗହଳି ପ୍ରତିହତ କରିବା ପାଇଁ ବ୍ୟବସାୟୀ ମହାସଂଘ ତେଜରାତି ଦୋକାନଗୁଡ଼ିକ ଅପରହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ କରିବାର ଥିଲା। ଯେତେବଳେ ସରକାର ଲକ୍ଡାଉନ୍ ଘୋଷଣା କରିସାରିଲେଣି ବାକି ୩ ଓ ୪ ତାରିଖ ଦୁଇଦିନ ଯେପରି ନିୟମରେ ପ୍ରତ୍ୟେକ ସହରାଞ୍ଚଳରେ ଦୋକାନ ଖୋଲାରହୁଥିଲା ସେହି ନିୟମାନୁଯାୟୀ ଦୁଇଦିନ ଖୋଲାରହିବ। ଲକ୍ଡାଉନ୍ ଆରମ୍ଭ ହୋଇଗଲା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୋକାନ ଖୋଲାରହିବ।
ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ସ୍ଥଗିତ ରଖିଲା ବ୍ୟବସାୟୀ ମହାସଂଘ
/sambad/media/post_attachments/wp-content/uploads/2020/03/market-closed-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)