ବନ୍ଦେ ମାତରଂ ସଂଗଠନ ପକ୍ଷରୁ ଲୋୟର୍ ପିଏମଜିଠାରେ ‘ମେରି ଜାନ୍‌ ହିନ୍ଦୁସ୍ଥାନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ନାଗରିକ ତଥା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ବନ୍ଦେ ମାତରଂ ସଂଗଠନ ପକ୍ଷରୁ ଆଜି ଲୋୟର୍ ପିଏମଜିଠାରେ ମେରି ଜାନ୍ ହିନ୍ଦୁସ୍ଥାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିସହ ‘ଲଭ୍ ଇଣ୍ଡିଆ ସେଫ୍ ଇଣ୍ଡିଆ’ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା। ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୨୦୦୦ ଲୋକଙ୍କ ଶରୀରରେ ମାଗଣାରେ ତ୍ରିରଙ୍ଗା ଟାଟୁ କରାଯିବ। ଏହି କାର୍ଯ୍ୟକ୍ରମ ୧୯୯୯ କାର୍‌ଗିଲ୍ ଯୁଦ୍ଧ ପରଠାରୁ ଲଗାତାର ଆୟୋଜିତ ହୋଇଆସୁଛି।

ଆଜିର କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପ୍ରିୟଦର୍ଶିନୀ, ଇଣ୍ଡିଆନ୍‌ ସାହୁ, ମନସ୍ମିତା ରାଉତ, ଯଜ୍ଞାସେନୀ ରାଉତ, ଲାଡଲି ଓ ପ୍ରହ୍ଲାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର