ଯାଜପୁର/ଦାନଗଦୀ: କଳିଙ୍ଗନଗରସ୍ଥିତ ମେସ୍କୋ ଓ ମୈଥାନ କାରଖାନା ଉପରେ ଆଜି ଅପରାହ୍ଣରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଚଢ଼ଉ ବେଳେ ବିଭିନ୍ନ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ବେଳେ ୬୨ େକାଟି ଟଙ୍କାର ସିଜିଏସଟି ଫାଙ୍କି ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,ଦିଲ୍ଲୀରୁ ଆସିଥିବା ସିଜିଏସଟିର ଉପନିର୍ଦେଶକଙ୍କ ନେତୃତ୍ବରେ ଅଧିକାରୀମାନେ ଚଢଉ କରିଥିଲେ। ମେସ୍କୋର ୪୦ କୋଟି ଟଙ୍କା ଓ ମୈଥାନର ୨୨ କୋଟି ଟଙ୍କା ସିଜିଏସଟି ଫାଙ୍କି ହୋଇଥିବାର ପ୍ରାଥମିକ ତଦନ୍ତରୁ ତଦନ୍ତକାରୀ ସଂସ୍ଥାକୁ ସୁରାଗ ମିଳିଛି। ମେସ୍କୋ କମ୍ପାନି ଅଧୀନରେ ଥିବା ମେସ୍କୋ କାରଖାନା ଓ ମୈଥାନ କାରଖାନା ଉପରେ ଏକକାଳୀନ ଚଢଉ କରାଯାଇଥିଲା। ମେସ୍କୋ କାରଖାନା ଉପରେ ୪ଟି ଗାଡ଼ିରେ ଆସିଥିବା ଅଧିକାରୀମାନେ ଚଢଉ କରୁଥିବା ବେଳେ ମୈଥାନରେ ୩ଟି ଗାଡ଼ିର ଆସି ଅଧିକାରୀମାନେ ଚଢଉ କରିଥିଲେ। ଆଜିର ଚଢଉ ଘଟଣା ପରେ ଟିକସ ଫାଙ୍କୁ ଥିବା କମ୍ପାନି ଓ କୋଟିପତି ଠିକାଦାରମାନଙ୍କ ମଧ୍ୟରେ ଛନକା ପଶିଛି। ତେବେ ଏହି ତଥ୍ୟକୁ କମ୍ପାନି କର୍ତ୍ତୃପକ୍ଷ ଗୁପ୍ତ ରଖିବା ପାଇଁ ବେଶ ତତ୍ପରତା ପ୍ରକାଶ କରିଥିଲେ।
ମେସ୍କୋ, ମୈଥାନ ପ୍ଲାଣ୍ଟରେ ଚଢ଼ଉ, ୬୨ କୋଟିର ସିଜିଏସଟି ଫାଙ୍କି!
/sambad/media/post_attachments/wp-content/uploads/2019/06/download-1-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)