ଓଡ଼ିଶାକୁ ଆସୁଥିବା ବିଦେଶୀ ପୁଞ୍ଜିର ବଡ଼ଭାଗ ଖଣି ଓ ଧାତୁ କ୍ଷେତ୍ରକୁ ଆସୁଛି

ଅକ୍ଟୋବର ୨୦୧୯-ନଭେମ୍ବର ୨୦୨୦ ମଧ୍ୟରେ ରାଜ୍ୟକୁ ଆସିଛି ୨୧୭ କୋଟିର ଏଫଡିଆଇ

ଭୁବନେଶ୍ବର : ଗତ ୨୦୧୯ ଅକ୍ଟୋବର ମାସରୁ ୨୦୨୦ ନଭେମ୍ବର ମଧ୍ୟରେ ଓଡ଼ିଶାକୁ ପ୍ରାୟ ୨୯.୬୩ ନିୟୁତ ଡଲାର ବା ୨୧୭ କୋଟି ୧୨ ଲକ୍ଷ ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଆସିଛି । ଏହାର ଏକ ବଡ଼ଭାଗ ଖଣି ଓ ଧାତୁ କ୍ଷେତ୍ରକୁ ଆସିଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି ।

ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ତଥ୍ୟ ଦେଇଛନ୍ତି । ଏହି ତଥ୍ୟରେ କୁହାଯାଇଛି ଯେ, ୨୦୧୯ ଅକ୍ଟୋବର ମାସରୁ ୨୦୨୦ ନଭେମ୍ବର ମଧ୍ୟରେ ଓଡ଼ିଶାକୁ ପ୍ରାୟ ୨୯.୬୩ ନିୟୁତ ଡଲାର ବା ୨୧୭ କୋଟି ୧୨ ଲକ୍ଷ ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆସିଛି । ଏହାର ୮୬ ପ୍ରତିଶତ ଅର୍ଥାତ ୧୮୭ କୋଟି ଟଙ୍କା ଖଣି ଓ ଧାତୁ କ୍ଷେତ୍ରକୁ ଆସିଛି । ସେହିପରି ସେବା ଉଦ୍ୟୋଗକୁ ପ୍ରାୟ ୧୩ କୋଟି ଟଙ୍କାର ଏଫଡିଆଇ ଆସିଛି । ସଫ୍ଟଓ୍ବାର ଓ ହାର୍ଡଓ୍ବାର କ୍ଷେତ୍ରକୁ ୫୧ ଲକ୍ଷ ଟଙ୍କାର ଏଫଡିଆଇ ଆସିଛି । ଶକ୍ତି କ୍ଷେତ୍ରକୁ ୬ କୋଟି ୪୫ ଲକ୍ଷ ଟଙ୍କାର ଏଫଡିଆଇ ଆସିଛି ।

ଓଡ଼ିଶାର ପଡ଼ୋଶୀ ରାଜ୍ୟମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗକୁ ୪୨୬୧ କୋଟି ଟଙ୍କାର ଏଫଡିଆଇ ଆସିଥିବାବେଳେ ଆନ୍ଧ୍ରପ୍ରଦେଶକୁ ୧୯୪୨ କୋଟି ଟଙ୍କାର ଏଫଡିଆଇ ଆସିଛି ।

ସମ୍ବନ୍ଧିତ ଖବର