ଭୁବନେଶ୍ବର : ଏଠି ଲଘୁଚାପ ହୋଇଛି, ଅମୁକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସମୁକ ଜିଲ୍ଲାକୁ ରେର୍ଡ ଆଲର୍ଟ, ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗତ କିଛି ଦିନ ଧରି ପ୍ରତିଦିନ ପାଣିପାଗ ବିଶାରଦମାେନ ଏମିତି ଢଙ୍ଗରେ ପୂର୍ବାନୁମାନ କରୁଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଏସବୁ ରିେପାର୍ଟ ଲକ୍ଷ ଲକ୍ଷ ଚାଷୀଙ୍କ ସମେତ ରାଜ୍ୟବାସୀଙ୍କ ମନରେ ଅନେକ ଆଶା ସଞ୍ଚାରଣ କରୁଛି। ହେଲେ ସବୁ ପୂର୍ବାନୁମାନ ଫୁସ୍। ବାରମ୍ବାର ପାଣିପାଗ ବିଜ୍ଞାନୀଙ୍କ ଆକଳନ ଫେଲ୍ ମାରୁଛି।
େଗାଟିଏ ପଟେ ଦେଶରେ ବର୍ଷା ଏମିତି ତାଣ୍ଡବ ରଚାଇଛି େଯ େକରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜୁରାଟ ଭଳି ୬ଟି ରାଜ୍ୟରେ ସ୍ଥିତି ଅତି ଗମ୍ଭୀର େହଲାଣି। ଓଡ଼ିଶାର ଦକ୍ଷିଣ ଭାଗ, େଗାଆ, ତାମିଲନାଡୁରେ ବି ଜନଜୀବନ ଅସ୍ତବ୍ୟସ୍ତ େହାଇଛି। ହେଲେ ଓଡ଼ିଶାର ଅନ୍ୟ ଭାଗରେ ବର୍ଷା ତ େହଉନି, ରାଜ୍ୟରେ ଅଧା ଜିଲ୍ଲା େଲାକଙ୍କୁ ବଡ଼ ଧରଣର ବିପର୍ଯ୍ୟୟ ମୁହଁକୁ େଠଲି ଦେବାକୁ ବସିଲାଣି। ପାଖାପାଖି ୧୨ ଜିଲ୍ଲାରେ ଚାଷ ବ୍ୟବସ୍ଥା ଅତି ଗମ୍ଭୀର। ପିଇବା ପାଣି ଆଦି େକ୍ଷତ୍ରରେ ବି େଲାକଙ୍କ ଦୁର୍ଦଶା କମୁନି। ଅଗଷ୍ଟମାସ ଅଧାରେ ଏ ଚିତ୍ର ପୁରୁଖା େଲାକମାନଙ୍କୁ ବି ଆଚମ୍ବିତ କରୁଛି।
ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧.୭ ମିଲିମିଟର ବର୍ଷା େହାଇଛି। ଭଦ୍ରକ, କଟକ, େଦବଗଡ, େଢଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, େକନ୍ଦ୍ରାପଡା, େକାରାପୁଟ, ନବରଙ୍ଗପୁର, ରାୟଗଡାରେ ଆଦୌ ବର୍ଷା େହାଇନାହିଁ।
ରାଜ୍ୟ ସରକାରଙ୍କ କୃଷି ବିଭାଗ କିନ୍ତୁ ଅତ୍ୟନ୍ତ ବେଫିକର। କୃଷି ମନ୍ତ୍ରୀ ଅରୁଣ ସାହୁ ବି। ଚାଷୀଙ୍କ ଚିନ୍ତା ଏଯାଏ ବିଭାଗକୁ ଘାରିନି। ମନ୍ତ୍ରୀ ନିର୍ବାଚନମଣ୍ଡଳୀରେ ଦରବାର କରୁଛନ୍ତି, ଏଣେ ଚାଷୀ ମୁଣ୍ଡରୁ ହାତ ଖସୁନି। ପରିସଂଖ୍ୟାନ ଧରି ବାବୁମାନେ େବଧଡକ ଭାବେ ସଚିବାଳୟରେ ବସିଛନ୍ତି। ନୂଆ କୃଷି ନୀତି ସଂପର୍କରେ ବିଭାଗ ତତ୍ପରତା େଦଖାଉଛି, ସେଣେ ବିଲ ମୁଣ୍ଡରେ ବସି ଚାଷୀ ତାର ଭାଗ୍ୟକୁ ଆଦରି ପଡିଛି। ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ବି ନିଧଡକ। ଏଯାଏ କୃଷି ଓ ରାଜସ୍ବ ବିଭାଗ ଥରୁଟିଏ ମିଳିତ ବୈଠକ କଲେନି। ମୁଖ୍ୟଶାସନ ସଚିବ,ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତେ ହାତ ବାନ୍ଧି ବସିଯାଇଛନ୍ତି।
ଯଦିଓ ଜିଲ୍ଲାରେ ବାସ୍ତବ ସ୍ଥିତି ଅତ୍ୟନ୍ତ ସାଂଘାତିକ, ସରକାରଙ୍କ ରିେପାର୍ଟକୁ ବିଶ୍ବାସ କଲେ, ସୁନ୍ଦରଗଡ ଓ େଦବଗଡରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି େହଲାଣି। ଅଗଷ୍ଟ ୧୧ ତାରିଖ ରିେପାର୍ଟ କହୁଛି, ଏ ଦୁଇ ଜିଲ୍ଲାରେ ଯଥାକ୍ରମେ ୪୦.୭% ଓ ୪୨.୭% ବର୍ଷା କମ୍। ନୂଆପଡା (୨୦.୯%), େଢଙ୍କାନାଳ (୨୧.୭%), ଭଦ୍ରକ (୨୩.୬%), ବୌଦ୍ଧ (୨୫.୪%), େକନ୍ଦ୍ରାପଡା (୨୮.୧%), ସମ୍ବଲପୁର (୨୮.୩%), େକନ୍ଦୁଝର (୨୯.୩%), ବାଲେଶ୍ବର (୩୨.୭%), ମୟୂରଭଂଜ (୩୩%) ଓ ଅନୁଗୁଳରେ (୩୪%) କମ୍ ବର୍ଷା େରକର୍ଡ େହାଇଛି। ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା େହାଇଥିବା ବେଳେ ବନ୍ୟା ପ୍ରଭାବିତ ମାଲକାନଗିରି, େକାରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ରାୟଗଡାରେ କେବଳ ସ୍ବାଭାବିକ ଠାରୁ ଅଧିକ ବର୍ଷା େହାଇଛି।
ରାଜ୍ୟ ସରକାର ଆଶ୍ବସ୍ତ େହାଇ ବସିଛନ୍ତି, ତାର ଏକମାତ୍ର କାରଣ େହାଇପାରେ େଯ ଜୁନ ପହିଲାରୁ ଅଗଷ୍ଟ ୧୧ ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ୭.୪% କମ୍ ରହିଛି। ମାତ୍ର ବ୍ଲକକୁ ଯଦି ୟୁନିଟ୍ କରାଯାଏ, ତେବେ ସ୍ଥିତିର ଗମ୍ଭୀରତା ଜଣାପଡିବ।
ସରକାରଙ୍କ ରିପୋର୍ଟ କହୁଛି, ୧୧୩ଟି ବ୍ଲକର ସ୍ଥିତି ଅତି ଗମ୍ଭୀର। ସମ୍ବଲପୁରର ନାକଟିଦେଉଳ, ସୁନ୍ଦରଗଡର ନୂଆଗାଁରେ ଯଥାକ୍ରମେ ୬୧.୯% ଓ ୬୩.୬% ବର୍ଷା କମ୍ େହାଇଛି। ୪୮ଟି ବ୍ଲକରେ ୩୯ରୁ ୫୯% ବର୍ଷା କମ୍। ୬୩ଟି ବ୍ଲକରେ ୧୯ରୁ ୩୯% ବର୍ଷା କମିଛି।
ଏସବୁ ବ୍ଲକରେ ଆଉ ଚାଷ ହେବ? ବାବୁମାନେ ଏସବୁ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେନି? ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଜିଲ୍ଲା ବୁଲିବାକୁ ନିର୍ଦେଶ ଦେଇଛନ୍ତି। କୃଷି ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଏସବୁ ଅତି ପ୍ରଭାବିତ ଜିଲ୍ଲାରେ ପାଦ ପକାଇଲେଣି? ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶକୁ ବି େକହି ମାନିବେନି? ତେବେ କାହା ପାଇଁ ନିେର୍ଦଶ? ନ ମାନିଲେ େଯଉଁଠି କେଉଁଠି ତାଗିଦ୍ କରାଯାଉନାହିଁ।
ସବୁଠାରୁ ସାଂଘାତିକ କଥା େହଲା, ଏସବୁ ଜିଲ୍ଲାରେ େଲାକେ ନାହିଁ ନଥିବା ଦୁର୍ଦଶାର ଶିକାର େହଉଛନ୍ତି। ସରକାର ଏମାନଙ୍କୁ ଆଶ୍ବାସନା ଦେବା ପାଇଁ କିଛି ବି ପଦକ୍ଷେପ େନଇନାହାନ୍ତି।
ଏଠାରେ ଉଲ୍ଲେଖଥାଉକି,ଚଳିତବର୍ଷ ବାଲେଶ୍ବର, ବଲାଙ୍ଗୀର, ବରଗଡ ଓ ଜଗତସିଂହପୁର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିେଯାଗ ଆସିଛି। ରାଜ୍ୟ ସରକାର ବିଧାନସଭାରେ ଏ େନଇ ଉଁ କି ଚୁଁ କହିଲେନି। ଏସବୁ ଚାଷୀ କାହିଁକି ମରିଛନ୍ତି, ସେ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ରିେପାର୍ଟରେ କି କାରଣ େଲଖା େହାଇଛି, ସେ େନଇ ବି ଚୁପ ରହିଲେ।