ଭୁବନେଶ୍ୱର: #ମି ଠୁ ଅଭିଯାନ ଏବେ ଭାରତର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି #ମି ଠୁ ଅଭିଯାନ ଦ୍ୱାରା ଅନେକ ଲୋକଙ୍କ ବାସ୍ତବ ମୁଖା ଖୋଲିବାରେ ଲାଗିଛି। ବଲିଉଡ୍ରେ ପ୍ରଥମେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟକରଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହି #ମି ଠୁ ଅଭିଯାନ ସକ୍ରିୟ ହୋଇ ଉଠଛି। ତେବେ ବଲିଉଡ୍ ପରେ ଏବେ ଓଲିଉଡ୍ରେ #ମି ଠୁ ଝଡ଼ ଦେଖିବାକୁ ମିଳିଛି। ଓଲିଉଡର ଅଭିନେତ୍ରୀ ଏଲି ପାଢ଼ୀ #ମି ଠୁ ଅଭିଯାନରେ ସାମିଲ ହୋଇ ଜଣେ ପ୍ରଯୋଜକଙ୍କ ବିରୋଧରେ ସୋମବାର ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ଅଭିନେତ୍ରୀ ଏଲି ପାଢ଼ୀ ପ୍ରଯୋଜକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କହିଛନ୍ତି, ହିରୋଇନ୍ କରାଇ ଦେବା ବାହାନାରେ ସେ ପ୍ରେମିକା କରିବାକୁ ଚାହୁଁଥିଲେ। କେବଳ ଏତିକି ନୁହେଁ ବାରମ୍ବାର ଫୋନ୍ରେ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶ୍ଳୀଳ କଥା ବି କହୁଥିଲେ ପ୍ରଯୋଜକ। ଏଥିପାଇଁ ଦୁଇ ଦୁଇଟି ସିନେମା ମଧ୍ୟ ଛାଡ଼ିବାକୁୁ ପଡ଼ିଛି ବୋଲି ଏଲି ଅଭିଯୋଗ କରିଛନ୍ତି। ସେ ଏନେଇ ମୁହଁ ଖୋଲିବାକୁ ଚାହୁଁ ନଥିଲେ କିନ୍ତୁ ଅନ୍ୟ ଅଭିନେତ୍ରୀମାନେ ତାଙ୍କୁ ସାମ୍ନାକୁ ଆସିବାକୁ ଆହ୍ଵାନ୍ ଦେବାରୁ ସେ ଏହି ପ୍ରଯୋଜକଙ୍କ ନିର୍ଯାତନା ଘଟଣା ନେଇ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲେ ବୋଲି କହନ୍ତି ଏଲି ପାଢ଼ୀ।