ଖବର ପ୍ରକାଶ ପରେ ସେଚ୍ ପଏଣ୍ଟରେ ଲାଗିଲା ମିଟର, ବିନା ସୂଚନାରେ ବିଦ୍ୟୁତ୍ ବିଭାଗ କାଟିଥିଲା ସଂଯୋଗ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗୋଲାପଡ଼ା ଗ୍ରାମ ନିକଟରେ ଥିବା ସପ୍ନେଶ୍ବର ଠାକୁରଙ୍କ ଜମି ନିକଟରେ ଚାଷକାର୍ଯ୍ୟ ପାଇଁ ଥିବା ଉଠା ଜଳସଚେନ ପଏଣ୍ଟର ବିଦ୍ୟୁତ୍ ସଂଯୋଗ ବିଦ୍ୟୁତ୍ ବିଭାଗ ପକ୍ଷରୁ କଟାଯାଇଥିଲା। ସେଚ୍ ପଏଣ୍ଟରେ ମିଟର ନଥିବା ଦର୍ଶାଇ ବିନା ସୂଚନାରେ ବିଦ୍ୟୁତ୍ ବିଭାଗର ଭିନିଲାନ୍ସ୍ ଟିମ୍ ପକ୍ଷରୁ ବିନା ସୂଚନାରେ ସଂଯୋଗ କାଟି ଦିଆଯାଇଥିଲା।ଏନେଇ ଚାଷୀ ମାନେ ବାରମ୍ବାର ବିଭିନ୍ନ ଅଧିକାରୀଙ୍କ ପାଖକୁ ଦୌଡ଼ି ନୟାନ୍ତ ହୋଇ ସାରିଥିବା ବେଳେ ସମାନଙ୍କ ସମସ୍ୟାର ସମାଧାନ ହୋଇପାରୁନଥିଲା।

ଅନ୍ୟପକ୍ଷରେ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରିଥିବା ପନିପରିବା ବିନା ପାଣିରେ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ଏଥିସହ ୩୧ ହଜାର ଟଙ୍କା ଜୋପରିମାନା ଦେବା ପରେ ହିଁ ସଂଯୋଗ ଦିଆଯିବ ବୋଲି ବିଭାଗ ତାଗିତ୍ କରିଥିଲା। ଏସଂର୍ପକରେ ଗତ ଶନିବାର ଦିନ ‘ସମ୍ବାଦ’ରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଏକ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଚାଷୀ ମାନଙ୍କୁ ଡକା ଯାଇ ଯଥା ଶୀଘ୍ର ସେଚ ପଏଣ୍ଟ୍ରେ ମିଟର ଲାଗିବା ନେଇ ଆଲୋଚନା କରାଯିବା ସହ ୬୦୦୦ ହଜାର ଟଙ୍କା ପୈଠ କରିବା ପାଇଁ କୁହାଯାଇଥିଲା। ଚାଷୀ ମାନେ ଏହି ଅର୍ଥ ପୌଯଠ କରିବା ପରେ ଗତକାଲି ଅପରାହ୍ନରେ ନୂଆଁ ମିଟର ଲଗାଯାଇଥିବାରୁ ଚାଷୀ ମାାନେ ଖୁସି ବ୍ୟକ୍ତ କରିଛନ୍ତି। ‘ସମ୍ବାଦ’ ପ୍ରୟଶ ଯୋଗୁ ଚାଷୀ ମାନଙ୍କୁ ସମସ୍ୟା ସମାଧାନ ହୋଇଥିବାରୁ ଆଇନଜୀବୀ ସମୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି।

ଦୀର୍ଘ ବର୍ଷ ହେଲା ସପ୍ନେଶ୍ବର ପାଣି ପଞ୍ଚାୟତ ନମ୍ବର ୩ ଅଧୀନରେ ଏକ ଉଠା ଜଳସେଚନ ପଏଣ୍ଟ୍ ରହିଥିଲା। ସେଥିରୁ ଆଖପାଖର ପ୍ରାୟ ୧୫ ଜଣ ଚାଷୀ ଉପକୃତ ହୋଇପାରୁଛନ୍ତି। ଧାନ ଚାଷ କରିବା ସହ ପୋଟଳ,ସାରୁ,ଆଖୁ ଭଳି ବିଭିନ୍ନ ପ୍ରକାରର ପନି ପରିବା ଚାଷ କରି ଚଳି ଆସୁଥିଲେ। ସଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରିବ ସହ ପାଣି ବ୍ୟବହାର କରି ଚାଷ କରୁଥିଲେ। ଗତ ୨୦୧୩ ମସିହାରେ ହୋଇଥିବା ଫାଇଲିନ୍ ବାତ୍ୟା ସମୟରେ ସେଚ୍ ପଏଣ୍ଟକୁ ଆସିଥିବା ସବୁ ବିଦ୍ୟୁତ୍ ଖୁଣ୍ଟ୍ ଉପୁଡିଯିବା ସହ ମିଟର ମଧ୍ୟ ପାଣିରେ ଭସାଇ ନେଇଥିଲା। ଏହାପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ନୂତନ ଭାବେ ୬ ଟି ଖୁଣ୍ଟ୍ ପୋାତି ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। କିନ୍ତୁ ମିଟର ଆଉ ଲଗାଯାଇନଥିଲା।

ସେହି ସମୟରେ କିଛି ଚାଷୀ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କୁ ମିଟର ଲଗାଇବା ଦିଗରେ ଦୃଷ୍ଟି ଆର୍କଷଣ କରିଥିଲେ ମଧ୍ୟ ମିଟର ଲଗାଯାଇନଥିଲା। ଚାଷ ପାଇଁ ପମ୍ପ ଲଗାଇ ପାଣି ଉଠାଉଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପାଣି ପଞ୍ଚାୟତର ସଭାପତି ସନ୍ତୋଷ କୁମାର ଭୂୟାଁଙ୍କ ନାମରେ ଏକ ପ୍ରୋମଭିଜିନାଲ୍ ବିଲ୍ ଦିଆଯାଉଥିଲା। ସେହି ଅର୍ଥକୁ ଆଜି ପର୍ଯ୍ୟନ୍ତ ଚାଷୀ ମାନେ ପୌ୍ଠ କରି ବିଦ୍ୟୁତ୍ ବ୍ୟବହାର କରି ଆସୁଥିଲେ ମଧ୍ୟ ନୂଆଁ ମିଟର ଲଗାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିଲା। ହଠାତ୍ ଗତ କିଛିଦିନ ତଳେ କୌଣସି ପୂର୍ବ ସୂଚନା ନଦେଇ ବିଭାଗ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲା। ତେବେ ବିଭାଗ ଦେଉଥିବା ପ୍ରୋିଭିଜିନାଲ୍ ବିଲ୍ରେ ନିୟମିତ ଟଙ୍କା ଚାଷୀ ମାନେ ପୌଠ କରୁଥିବା ବେଳେ ବିନା ସୂଚନାରେ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିବାରୁ କିଭଳି ଜୋରିମାନା ଭରିବେ ଏବଂ କିଭଳି ପରିବା ଚାଷକୁ ସୁରକ୍ଷିତ ରଖିବେ ସେହି ଚିନ୍ତାରେ ରହିଥିଲେ।

ସମ୍ବନ୍ଧିତ ଖବର