ଏ ବର୍ଷ ମାଟ୍ରିକ୍‌ରେ ଓଏମ୍‌ଆର୍‌

କଟକ: ପୂର୍ବବର୍ଷ ଭଳି ମାଟ୍ରିକ୍‌-୨୦୧୯ ପରୀକ୍ଷାରେ ଓଏମ୍‌ଆର୍‌ ପ୍ରଶ୍ନପତ୍ର ବ୍ୟବସ୍ଥା ରହିବ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବିଷୟରେ ୫୦ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ଓ ଅବଶିଷ୍ଟ ୫୦ ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ଉତ୍ତରମୂଳକ (ଓଏମ୍‌ଆର୍‌) ପରୀକ୍ଷା ଦେବେ। ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କୁ ପଠାଯାଇଥିବା ରିପୋର୍ଟରେ ଏହି ନିର୍ଦ୍ଦେଶନାମା ରହିଥିବା ସୂଚନା ମିଳିଛି। କିନ୍ତୁ ପରୀକ୍ଷା ପରିଚାଳନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ରହିଛି। ଏ ସଂପର୍କରେ ବିଧିବଦ୍ଧ ଭାବେ ବୋର୍ଡ ପକ୍ଷରୁ ଖୁବଶୀଘ୍ର ସ୍ପଷ୍ଟ କରି ଦିଆଯିବ।

ସମ୍ବନ୍ଧିତ ଖବର