ମନରେଗା ଦୁର୍ନୀତି : ସହାୟକ ବହିଷ୍କୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ୍‌ ମନରେଗା ଦୁର୍ନୀତି ଘଟଣାରେ ସହାୟକ ଅଶ୍ୱିନୀ କୁମାର ସାହୁଙ୍କୁ ବହିଷ୍କାର କରାଯାଇଛି। ମନରେଗା ହିତାଧିକାରୀଙ୍କୁ ଟଙ୍କା ପଇଠ ପାଇଁ ଏକ ଡଙ୍ଗଲ ବ୍ୟବହାର ହୋଇଥାଏ। ଯେଉଁ ଡଙ୍ଗଲ କେବଳ ବିଡିଓ ଏବ˚ କମ୍ପ୍ୟୁଟର ପ୍ରୋଗ୍ରାମର ବ୍ୟବହାର କରିଥାନ୍ତି। ବିଡିଓଙ୍କ ଅଜ୍ଞାତରେ ମନରେଗା ସହାୟକ ଶ୍ରୀ କୁମାର ସାହୁ ଡଙ୍ଗଲ ନେଇ ପାଖାପାଖି ୧ ଲକ୍ଷ ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

ଏହା ଜଣାପଡ଼ିବା ପରେ ଏ ସ˚ପର୍କରେ ଅନୁସନ୍ଧାନ କରିବା ସହିତ ଏକ ରିପୋର୍ଟ ପ୍ରସ୍ତୁତ କରି ଗତ ଡିସେମ୍ବର ୨୧ ତାରିଖରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ବିଡିଓ ଚିଠି ଲେଖି ଜଣାଇଥିଲେ। ଚିଠି ନ˚-୫୭୫୩ରେ ଡିଆରଡିଏରେ ପହଞ୍ଚିଥିବା ସତ୍ତ୍ବେ ୨୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରାରମ୍ଭିକ ଭାବେ ଏଥିରେ  ସ˚ପୃକ୍ତ ମନରେଗା ସହାୟକ ଶ୍ରୀ ସାହୁଙ୍କୁ ବହିଷ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର