ସହରାଞ୍ଚଳ ବର୍ଜ୍ୟବସ୍ତୁରୁ ଜୈବ ଇନ୍ଧନ ତିଆରି ହେବ : ଧର୍ମେନ୍ଦ୍ର

ପୁନେରେ ଏମ୍‌ଜିଏନ୍‌ଏଲ୍‌ କର୍ପୋରେଟ୍‌ କାର୍ଯ୍ୟାଳୟର ଶିଳାନ୍ୟାସ

ଭୁବନେଶ୍ବର : କେନ୍ଦ୍ର ସରକାର ଦେଶରେ ସ୍ବଚ୍ଛ ଇନ୍ଧନ ଉପଲବ୍ଧ କରି ସାରା ଦେଶକୁ ସବୁଜ ବଳୟ କରିବାର କାମ ଦ୍ରୁତ ଗତିରେ କରିବାର ଲକ୍ଷ୍ୟ ରଖିଛନ୍ତି। ଜୈବ ଇନ୍ଧନ ଓ ଜୈବ-ସିଏନ୍‌ଜି ତିଆରି କରିବା ଦିଗରେ ଆମେ ଅଗ୍ରସର ହେଉଛୁ। ସହରାଞ୍ଚଳ ବର୍ଜ୍ୟବସ୍ତୁରୁ ଜୈବ ଇନ୍ଧନ ତିଆରି କରିବାର କାମ ପୁନେ ସହରରୁ ଆରମ୍ଭ କରିବା ପାଇଁ ଉଦ୍ୟମ କରାଯାଉଛି। ଏହି ପଦକ୍ଷେପ ପୁନେର କୃଷକଙ୍କୁ ଲାଭ ଦେବ ଓ ସ୍ଥାନୀୟ ଅର୍ଥନୀତିର ବିକାଶ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପୁନେର ବେଲୱାଡ଼ିରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ୍ ଲିମିଟେଡ୍‌(ଏମ୍‌ଜିଏନ୍‌ଏଲ୍‌)ର କର୍ପେ‌ାରେଟ୍‌ କାର୍ଯ୍ୟାଳୟ ଓ ଜେଟ୍‌ଗାଁଓ ଠାରେ ୫ ସିଏନ୍‌ଜି ଷ୍ଟେସନ୍‌କୁ ଆଜି ଶ୍ରୀ ପ୍ରଧାନ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ସାରା ମହାରାଷ୍ଟ୍ର ଓ ଭାରତରେ ପ୍ରାକୃତିକ ଗ୍ୟାସ୍‌ର ହାର ବଢ଼ାଇବା ଦିଗରେ ଭାରତ ସରକାର ଅଧିକ ଧ୍ୟାନ ଦେଉଛନ୍ତି। ଉର୍ଜା କମ୍ପାନିମାନେ ମଧ୍ୟ ପ୍ରାକୃତିକ ଗ୍ୟାସ୍‌ର ବିକାଶ କରି ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ନିମନ୍ତେ ବଢ଼ିବାର ଆବଶ୍ୟକତା ରହିଛି। ଫଳରେ ଲୋକଙ୍କ ନିକଟରେ ସୁଲଭ ଓ ସ୍ବଚ୍ଛ ଇନ୍ଧନ ଭାରତର ଲୋକଙ୍କୁ ମିଳିପାରିବ। ଏହା ଦ୍ବାରା ଦେଶରେ ନିଯୁକ୍ତି ଓ ଉଦ୍ୟୋଗ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ। ଦେଶରେ ସ୍ବଚ୍ଛ ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହା ଦ୍ବାରା ଆଗାମୀ ଦିନରେ ସାଧାରଣ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର