ଭୁବନେଶ୍ବର : ୨୦୧୮-୧୯ ଆର୍ଥିକ ବର୍ଷ ସରିବାକୁ ବସିଲାଣି। କିନ୍ତୁ ଏଯାଏଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଟଙ୍କାଟିଏ ବି କେନ୍ଦ୍ର ସରକାରଙ୍କ ପାଖରୁ ମିଳିନାହିଁ। ଫଳରେ ନିୟମାନୁଯାୟୀ ୯୦:୧୦ ଅନୁପାତରେ ରାଜ୍ୟ ସରକାର ତାଙ୍କ ମେଳକ ପାଣ୍ଠି ମଧ୍ୟ ଦେଇପାରି ନାହାନ୍ତି। ପୂର୍ବରୁ ଏହି ଯୋଜନାରେ ଥିବା ବଳକା ଅର୍ଥ ଓ ରାଜକୋଷରୁ ରାଜ୍ୟ ସରକାର କିଛି ଅର୍ଥ ଦେଇ ଯୋଜନାକୁ ଚାଲୁ ରଖିଥିବା ସୂଚନା ମିଳିଛି।

Advertisment

େଗାଟିଏ ପଟେ ରାଜ୍ୟ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ଦାଦନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ େଘରି ଗର୍ଜନ ତର୍ଜନ କରୁଛନ୍ତି। ଅନ୍ୟପଟରେ ମନରେଗା ଭଳି େଯାଜନାରେ େକନ୍ଦ୍ର ସରକାର ଅର୍ଥ ନ େଦବା ସୂଚାଇ ଦେଉଛି େଯ େଲାକଙ୍କୁ ଦାଦନ ଯିବା ଲାଗି ପରୋକ୍ଷରେ େକନ୍ଦ୍ର ସରକାର ବାଧ୍ୟ କରୁଛନ୍ତି। ପଞ୍ଚାୟତିରାଜ ବିଭାଗର ତଥ୍ୟକୁ ନିେରଖି ଦେଖିଲେ ଏହି େଯାଜନା କିଭଳି ବାଟବଣା ହେବାକୁ ବସିଲାଣି, ଏକଥା ସହଜରେ ବୁଝି େହଉଛି।

ସୂଚନାେଯାଗ୍ୟ, େକନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବାବଦ ବଜେଟ ବ୍ୟୟବରାଦକୁ ୬୦ ହଜାର କୋଟିରେ ପହଞ୍ଚାଇଲେଣି। ଗତ ୧ ତାରିଖରେ କେନ୍ଦ୍ର କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ୨୦୧୯-୨୦୨୦ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନ କରି ଆସନ୍ତା ଆର୍ଥିକ ବର୍ଷ ପାଇଁ ମନେରଗାରେ ଅତିରିକ୍ତ ୫ ହଜାର କୋଟି ଟଙ୍କା ଦିଆଯାଇଥିବା କହିଛନ୍ତି।

କେନ୍ଦ୍ର ବଜେଟରେ ଅର୍ଥ ସିନା ବଢ଼ି ଚାଲିଛି କିନ୍ତୁ ରାଜ୍ୟକୁ ଏ ଅର୍ଥ ଦେବାରେ କେନ୍ଦ୍ର କୃପଣ ପାଲଟିଛି। ଓଡ଼ିଶାରେ ଏବେ ମନରେଗା ଯୋଜନା ବାକିରେ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ‌ ଯୋଜନାରେ ପ୍ରାଶାସନିକ ସ୍ଥାଣୁତା ଅର୍ଥ ଖର୍ଚ୍ଚ କରିବାରେ ବାଧକ ସାଜିଛି ସତ, କିନ୍ତୁ ଯେଉଁ ଯୋଜନାରେ ସରକାରୀ କଳ ଭଲ କାମ କରୁଛି ତାକୁ ଠିକ୍ ସମୟରେ ଟଙ୍କା ଦେଇପାରୁନାହିଁ େକନ୍ଦ୍ର।

ସରକାରୀ ତଥ୍ୟ କହୁଛି, ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭ େହବା େବଳକୁ ମନରେଗା େଯାଜନାରେ ୩୮େକାଟି ୮୨ଲକ୍ଷ ୯୭ ହଜାର ଟଙ୍କା ବାକି ଥିଲା। ଏହା ସତ୍ତ୍ବେ ୨୦୧୮-୧୯ରେ େକନ୍ଦ୍ର ସରକାର ଡିସେମ୍ବର ସୁଦ୍ଧା ଟଙ୍କାଟିଏ ଦେଇନାହାନ୍ତି। ପରିଣାମ େହଲା, ରାଜ୍ୟ ସରକାର େମଳକ ପାଣ୍ଠି ବା ରାଜ୍ୟ ଅଂଶ ମଧ୍ୟ ଦେଇପାରିନାହାନ୍ତି।

ଅନ୍ୟପକ୍ଷରେ ସବୁ ଜିଲ୍ଲା ପାଇଁ କାମ ଯୋଗାଇବାକୁ ଯାଇ ରାଜ୍ୟ ସରକାର ରାଜ୍ୟ ନିଶ୍ଚିତ େରାଜଗାର ପାଣ୍ଠିରୁ ୧୭୧୦ କୋଟି ୪ ଲକ୍ଷ ୯୧ ହଜାର ଟଙ୍କାର ପାଣ୍ଠି ଉପଲବ୍ଧ କରାଇଥିଲେ। ପୂର୍ବ ବର୍ଷ ମାନଙ୍କର ବଳକା ପାଣ୍ଠି ଏଠାରେ ଗଚ୍ଛିତ େହାଇ ରହିଥାଏ। ପରିଣାମରେ ଡିସେମ୍ବର ସୁଦ୍ଧା ମୋଟ ୬ କୋଟି ୪୮ ଲକ୍ଷ ୫୮ ହଜାର ଶ୍ରମଦିବସ ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରିବାକୁ ସରକାର ସକ୍ଷମ େହାଇଥିଲେ। କେବଳ ସେତିକି ନୁେହଁ, ୧୭୪୦ କୋଟି ୯୮ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ପରିପ୍ରେକ୍ଷୀରେ ୩୦ କୋଟି ୯୩ ଲକ୍ଷ ୬୯ ହଜାର ଟଙ୍କାର ନିଅଣ୍ଟକୁ ମଧ୍ୟ ରାଜ୍ୟ ସରକାର ଭରଣା କରିଥିବା ଜଣାପଡିଛି।

ମନରେଗା ବର୍ଷ ଆରମ୍ଭରୁ ବିଯୁକ୍ତାତ୍ମକ ପାଣ୍ଠି ଅର୍ଥାତ୍‌ ୩୮ କୋଟି ୮୨ ଲକ୍ଷ ୯୭ ହଜାର ଟଙ୍କାରୁ କାର୍ଯ୍ୟାରମ୍ଭ ହୋଇଥିଲା। ଗତ ଡିସେମ୍ବର ଶେଷ ସୁଦ୍ଧା ୩୦ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ୬୪ ଲକ୍ଷ ୫୩ ହଜାର ହିତାଧିକାରୀ ପରିବାରଙ୍କ ଆକାଉଣ୍ଟକୁ ପ୍ରତି ଶ୍ରମଦିବସ ପିଛା ମଜୁରି ବାବଦ ୧୮୭ ଟଙ୍କା ହିସାବରେ ଇଏଫ୍ଏମ୍ଏସ୍‌ ସିଷ୍ଟମ (ଇଲେକ୍ଟ୍ରୋନିକ୍‌ ଫଣ୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌) ବା ଡିବିଟି ଜରିଆରେ ୧୭୪୮ କୋଟି ୭୨ ଲକ୍ଷ ୪୮ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଗତ ଡିସେମ୍ବର ସୁଦ୍ଧା ୨୦ଟି ଜିଲ୍ଲାରେ ମନରେଗା ଯୋଜନାରେ ଶତପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଛି। ରାୟଗଡ଼ା ଜିଲ୍ଲା ୧୧୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ସବୁଠୁ ଆଗରେ ଥିବାବେଳେ ମାଲକାନଗିରି ଜିଲ୍ଲା ୭୯ ପ୍ରତିଶତ ପାଣ୍ଠି ଖର୍ଚ୍ଚ କରି ସବୁଠୁ ତଳେ ରହିଛି।

ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କେନ୍ଦ୍ର ସରକାରଙ୍କ ପାଣ୍ଠି ଆସିବାରେ ଅହେତୁକ ବିଳମ୍ବ ଯୋଗୁଁ ରାଜ୍ୟ ସରକାର ତାଙ୍କ ଅଂଶଧନ ବାବଦ ଅର୍ଥ ଦେଉନାହାନ୍ତି। ଫଳରେ ପ୍ରକଳ୍ପୱାରୀ ସବୁ ଜିଲ୍ଲାକୁ ଅର୍ଥ ଆବଣ୍ଟନରେ ଅସୁବିଧା ହେଉଛି। କେନ୍ଦ୍ର ସରକାର ପୂର୍ବ ଆର୍ଥିକ ବର୍ଷର ଅର୍ଥକୁ ଚାଲୁଥିବା ଆର୍ଥିକ ବର୍ଷର ଫେବ୍ରୁଆରୀ ଓ ମାର୍ଚ୍ଚ ମାସ ଆଡ଼କୁ ପଠାଉଛନ୍ତି। ଯାହାଫଳରେ ସମ୍ପୃକ୍ତ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଖର୍ଚ୍ଚ ହୋଇପାରୁନି କି ବିନିଯୋଗ ପ୍ରମାଣପତ୍ର ଦେଇହେଉନି।

ହିସାବ ଆହୁରି ଦର୍ଶାଉଛି ଯେ ମୋଟ ୬୪ ଲକ୍ଷ ୫୩ ହଜାର ହିତାଧିକାରୀ ପରିବାର ମଧ୍ୟରୁ ୨୧ ଲକ୍ଷ ୧୩ ହଜାର ପରିବାର କାମ ମାଗିଥିଲେ। କିନ୍ତୁ ୧୮ ଲକ୍ଷ ୯୪ ହଜାର ପରିବାରକୁ କାମ ଯୋଗାଇ ଦିଆଯାଇଥିଲା। ସେଥିରୁ ମାତ୍ର ୧୬ ହଜାର ୮୩୫ ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ପଞ୍ଜିକୃତ ହୋଇଥିବା ମୋଟ ପରିବାର ଭିତରେ ୧୧ ଲକ୍ଷ ୪୪ ହଜାର ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ୧୭ ଲକ୍ଷ ୨୮ ହଜାର ଅନୁସୂଚିତ ଜନଜାତି ଓ ୩୪ ଲକ୍ଷ ୯୪ ହଜାର ଅନ୍ୟାନ୍ୟ ବର୍ଗର ଅଛନ୍ତି। ଡିସେମ୍ବର ସୁଦ୍ଧା କେବଳ ମହିଳା ଶ୍ରମଜୀବୀଙ୍କୁ ୨ କୋଟି ୭୨ ଲକ୍ଷ ୧୯ ହଜାର ଶ୍ରମଦିବସ ଯୋଗାଇ ଦିଆଯାଇଥିଲା। ସେହିପରି ସବୁ ଜିଲ୍ଲାରେ ମୋଟ ୯ ଲକ୍ଷ ୭୮ ହଜାର ୪୬୪ଟି ପ୍ରକଳ୍ପ କାମ ପାଇଁ ମନରେଗା ଅର୍ଥ ବିନିଯୋଗ ହୋଇଥିବା ବେଳେ ସେଥିରୁ ୨ ଲକ୍ଷ ୬୧ ହଜାର ୧୬୦ଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି ଓ ବାକି ୭ ଲକ୍ଷ ୧୭ ହଜାର ୩୦୪ଟିରେ କାମ ଚାଲୁଅଛି।