ଭବାନୀପାଟଣା : ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକେ କିଭଳି କର୍ମ ନିଯୁକ୍ତି ପାଇବେ ବୋଲି କିନ୍ତୁ କର୍ମ ନିଯୁକ୍ତି ନୁହେଁ, ବିନା କାମରେ ଉଠିଯାଉଚି ଟଙ୍କା । ଏହା ଏକ ଯୋଜନା ଯୋଉଥିରେ କି ସମସ୍ତ ତଥ୍ୟ ଜଣେ ସହଜରେ ଜାଣିପାରିବ କିନ୍ତୁ ପରିତାପର ବିଷୟ ଏହି ଯୋଜନାରେ ବି ବିନା ସଂକୋଚରେ ଖୁଲମଖୁଲା ଚାଲିଛି ଦୁର୍ନୀତି । କୋଉଠି ଗାଈ ଗୁହାଳ ନଥାଇ ଟଙ୍କା ଉଠିଯାଉଚି ତ କୋଉଠି ରାସ୍ତା ନଥାଇ ବିଲ ହଡ଼ପ୍ । କେହି ଟେର ପାଇପାରୁନାହାନ୍ତି । ମ.ରାମପୁର ବ୍ଳକକୁ ସରକାର ଦାଦନ ପ୍ରବଣ ଚିହ୍ନଟ କରି ସ୍ୱତନ୍ତ୍ର ଭାବରେ ମନରେଗା ଯୋଜନାରେ ଅର୍ଥ ବ୍ୟବସ୍ଥା ଏହି ଲାଭଖୋର ବ୍ୟକ୍ତିଙ୍କ ପାଇଁ ଆର୍ଶିବାଦ ସାଜିଛି । କିଛି ଅସାଧୁ ସରପଂଚ, କନିଷ୍ଠଯନ୍ତ୍ରୀ, ଜିଆରଏସ୍ ମାଲାମାଲ ହେବାରେ ଲାଗିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାଲେପାଲି ପଂଚାୟତରୁ ।
/sambad/media/post_attachments/wp-content/uploads/2020/07/bpt-photo-of-nregs-corruption-2-ତତତ-300x158.jpeg)
ଏହି ପଂଚାୟତର ଭରୋମୁଣ୍ଡାଠାରୁ କାର୍ଣ୍ଣିମାଲ ପର୍ଯ୍ୟନ୍ତ ରାସ୍ତାକାମ(ମେଟାଲିଂ) ସଂପୂର୍ଣ୍ଣ ହେଇଯାଇଥିବା ଦର୍ଶାଇ କାମ ବାବଦକୁ ୪ଲକ୍ଷ ୨୨ହଜାର ୨୦୬ଟଙ୍କା ଉଠାଣ ହେଇସାରିଚି । ତେବେ ଏହି କାମର କୌଣସି ସୂଚନା ଫଳକ ଲାଗିନାହିଁ । ଯୋଉ ଭରୋମୁଣ୍ଡାଠାରୁ ରାସ୍ତା ନିର୍ମାଣ ହେବା କଥା ତାହା ହେଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଏଠାରେ ପ୍ରଶ୍ନଉଠେ ଯେ,ବିନା ସୂଚନା ଫଳକ,ବିନା କାମରେ କିଭଳି ବିଭାଗୀୟ ଯନ୍ତ୍ରୀ ସମସ୍ତ ବିଲ କରିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରେ ଭିଜିଲାନ୍ସଠାରେ ଅଭିଯୋଗ ହେବାପରେ ଗତ ୨୬/୦୬/୨୦ରେ ଭିଜିଲାନ୍ସ ଟିମ୍ ସାଲେପାଲି ପଂଚାୟତକୁ ଆସି କିଛି ଅନୁସନ୍ଧାନକରି କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଦୁର୍ନିତୀର କୌଣସି ଟେର ପାଇନଥିଲା ଏବଂ ଏହା ଉପରେ ତଦନ୍ତ ଜାରୀ ରଖିଚି । ଗତ ୧/୨/୨୦ ତାରିଖରେ ୫୮ଜଣ ଶ୍ରମିକଙ୍କ ନାମରେ ୯୯୬୩୨ଟଙ୍କା ଆକାଉଣ୍ଟରେ ପଡ଼ିଥିବାବେଳେ ଭେଣ୍ଡରଙ୍କ ଆକାଉଣ୍ଟକୁ ୩୨୩୫୭୪ ଟଙ୍କା ଟ୍ରାନ୍ସଫର ହେଇଛି । ଏଠାରେ ତଦନ୍ତ ସାପେକ୍ଷ ଯେ ଯେଉଁ ୫୮ଜଣ ଶ୍ରମିକ କିଏ କେଉଁ କାମ କରିଛନ୍ତି? ଯେଉଁ ଭେଣ୍ଡରଙ୍କ ନାମରେ ଟଙ୍କା ଟ୍ରାନ୍ସଫର ହେଇଛି ସେ କିଏ? ମ.ରାମପୁର ବ୍ଲକର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କେତେଟଙ୍କା ଟ୍ରାନ୍ସଫର ହେଇଚି? ସେ ସରକାରଙ୍କୁ କେତେ ଟଙ୍କା ଜିଏସଟି ପଇଠ କରିଛନ୍ତି? ତାଙ୍କ ଆକାଉଣ୍ଟରୁ କାହା କାହା ପାଖକୁ ଟଙ୍କା କେଉଁ କେଉଁ ବାବଦକୁ ଟଙ୍କା ଟ୍ରାନ୍ସଫର ହେଇଚି ତଦନ୍ତ କରାଗଲେ ଅନେକ ଗୂଢ ରହସ୍ୟ ଲୋକଲୋଚନକୁ ଆସିବ । ଏହି ଘୋଟାଲାରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ମଧ୍ୟ ତଦନ୍ତ ସାପେକ୍ଷ ।
/sambad/media/post_attachments/wp-content/uploads/2020/07/bpt-photo-of-nregs-corruption-1-300x225.jpeg)
ସୂଚନାଫଳକ କାହିଁକି ଲଗାଯାଇନାହିଁ ବୋଲି ପଚାରିବାରୁ ସେ କହିଥିଲେ କାମ ଆରମ୍ଭରୁ ଲଗାଯାଇଥିଲା କିନ୍ତୁ ତାକୁ ଅନ୍ୟଲୋକେ ଭାଙ୍ଗିଦେଇଛନ୍ତି ବୋଲି ସଫେଇ ଦେଇଥିଲେ। ଖାଲି ସେତିକିନୁହେଁ ଯେଉଁ ପୋଖରୀକୁ ପଶୁ ମଧ୍ୟ ପିଇବାକୁ କି ଗାଧେଇବାକୁ ଘୃଣା କରିବ ସେହି ପୋଖରୀରେ କାହା ସ୍ୱାର୍ଥରେ ତିନି ତିନୋଟି ଗାଧୁଆ ତୁଠ କରାଯାଇଛି,ଯାହା ଅର୍ଥ ହଡ଼ପର ଆଉ ଏକ ଜ୍ୱଳନ୍ତ ଉଦାହରଣ । ସାଲେପାଲି ସରପଂଚ ରମେଶଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ପ୍ରଥମେ ନିଜ ତୃଟିକୁ ସ୍ୱୀକାର କରିବା ସହିତ ଉକ୍ତ କାମର ବାକିତକ କାମ ସାରିବାକୁ କହିବା ସହିତ ଏହି ଘଟଣାକୁ ଚପେଇଦେବାକୁ ଉଦ୍ୟମ କରିଥିଲେ । ଉକ୍ତ କାମପାଇଁ ଯୋଉ ଟଙ୍କା ଉଠାଣ ହେଇଚି ସେହି ଟଙ୍କାରେ କଛାରପାଲି ଗ୍ରାମରୁ ତିନିଶହ ମିଟର ପର୍ଯ୍ୟନ୍ତ କାମ ହେଇଚି କିନ୍ତୁ ସେହି ପରିସର ମଧ୍ୟରେ ତିନୋଟି କାର୍ଯ୍ୟପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ହେଇଚି । ଏ ନେଇ ସଂପୃକ୍ତ ଜେଇଙ୍କୁ ପଚାରିବାରୁ ସେ,ମୁଁ କିଛି ଜାଣିନାହିଁ,ମୋତେ ଅଲଗା ରାସ୍ତା ଦେଖାଇ ବିଲ କରେଇ ନେଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏନେଇ ବିଡ଼ିଓଙ୍କୁ ରୁମାନା ଜାଫ୍ରିଙ୍କୁ ପଚାରିବାରୁ ସେ ଉକ୍ତ କାର୍ଯ୍ୟର ତଦାରଖ କରିବି ବୋଲି କହିଥିଲେ । ତେବେ କଛାରପାଲି ଗ୍ରାମବାସୀ ମକୁନ୍ଦ ସାହୁ,ଅନିରୁଦ୍ଧ ସାହୁ,ବିପିନ ସାହୁ,କିଶୋର ସାହୁ ଉପଯୁକ୍ତ ତଦନ୍ତ କରିବାକୁ ଦାବୀ କରିବା ସହିତ ସାଲେପାଲି ପଂଚାୟତ ଦୁର୍ନିତୀର ଗନ୍ତାଘର ବୋଲି ପ୍ରକାଶ କରିଛନ୍ତି । ଏହି ପଂଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମକୁ ଉପଯୁକ୍ତ ତଦନ୍ତ କରାଗଲେ ଏହି ଘୋଟାଲାର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ବିଭିନ୍ନ ମହଲରେ ଦାବୀ ହେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/bpt-photo-of-nregs-corruption-2-ତ.jpeg)