କଟକ : ହାଇକୋର୍ଟରେ ସେପ୍ଟେମ୍ବର ୧୨ ତାରିଖ ଦିନ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ ଅନୁଷ୍ଠିତ ହେବ। ୧୨ ତାରିଖ ଦିନ ୧୧ଟାରୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମଧ୍ୟରେ ଏହି ଲୋକ ଅଦାଲତରେ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋସ ବୁଝାମାଣା ମାଧ୍ୟମରେ ସମାଧାନ କରାଯିବ। ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।