ଯୁଯୁମୁରା: ଯୁଯୁମୁରା ଥାନା ୫୫ ନମ୍ବର ଜାତୀୟ ରାଜପଥ ଡାହାରୁପଡ଼ା ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ରେ ଜଣେ ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ହୋଇଛି। ଭାରତ ଫାଇନାନ୍ସ ସଂସ୍ଥାର ରାଧାକାନ୍ତ ଭୋଇ(୨୪) ବ୍ରାହ୍ମଣୀପାଲି, ସିତଲେନପାଲି ଓ ଡାହାରୁପଡ଼ାରୁ ଟଙ୍କା ଆଦାୟ କରି ବାଇକ (ଓଆର-୦୩ଏଚ-୬୩୩୬)ରେ ସମ୍ବଲପୁର ଫେରୁଥିବା ସମୟରେ ୫ ଜଣ ଅଜଣା ମୁଖାପିନ୍ଧା ଦୁର୍ବୁତ୍ତ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ। ୨ଟି ବାଇକ୍ରେ ଆସି ତାଙ୍କୁ ଧକ୍କା ଦେବା ପରେ ସେ ପଡ଼ି ଯାଇଥିଲେ।
ଶ୍ରୀ ଭୋଇ ତଳୁ ଉଠିବା ପୂର୍ବରୁ ସେମାନେ ତାଙ୍କୁ ମାଡ଼ ମାରି ଭୟଭୀତ କରି ଟଙ୍କା ମାଗିଥିଲେ। ଲୁଟ୍ ଭୟରେ ସେ ସଂଗୃହୀତ ଟଙ୍କାକୁ ଟୁଲ୍ ବକ୍ସରେ ରଖିଥିଲେ। ସେଥିରୁ ୮୯, ୭୪୯ ଟଙ୍କା, ସାମସଙ୍ଗ ଟ୍ୟାବଲେଟ ଓ ବାୟୋମେଟ୍ରିକ ମେସିନ ଲୁଟି ପଳାଇଥିଲେ। ଶ୍ରୀ ଭୋଇ ଏନେଇ ଯୁଯୁମୁରା ଥାନାରେ ଏତଲା ଦେଲା ପରେ ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/22-20.jpg)