ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ୍‌

ଡେରାବିଶ : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ନେଇ ଅଭିଯୋଗ ହୋଇଆସୁଛି। କେମିତି ହଡ଼ପ କରାଯାଉଛି, ତାହା ଆଜିର ଏକ ଘଟଣାରୁ ଜଣାପଡ଼ିଛି। ଆଜି ଡେରାବିଶଠାରେ ଏକ ଟ୍ରକ୍‌ରୁ ଚାଉଳ କଢ଼ା ଯାଉଥିବା ସମୟରେ ପୁଲିସ୍‌ ଚଢ଼ାଉ କରିଥିଲା। ପାଖାପାଖି ୫୦୦ ବସ୍ତା ଚାଉଳ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ସାଢେ ଏଗାରଟା ସମୟରେ ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଠାକୁରହାଟ ବଜାଜରେ ଏକ ଟ୍ରକ୍‌ରୁ ମଧ୍ୟାହ୍ନଭୋଜନ ଚାଉଳ ଜଣଙ୍କ ଘରକୁ ବୁହାଯାଉଥିଲା। ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ପୁଲିସ୍‌ ଦୁଇ ଘଣ୍ଟା ବିଳମ୍ବ ଅର୍ଥାତ୍‌ ସାଢ଼େ ଗୋଟାଏ ବେଳେ ଚଢ଼ାଉ କରିଥିଲା। ପୁଲିସ୍‌ ପ୍ରଥମେ ଏହା ମଧ୍ୟାହ୍ନଭୋଜନ ଚାଉଳ ବୋଲି ସ୍ପଷ୍ଟ ହେବା ପରେ ଟ୍ରକ୍‌ ଭିତରେ ଥିବା ୫୦୦ ବସ୍ତା ଜବତ କରିଥିଲା। ଏଥିସହିତ ଏହି କାର୍ଯ୍ୟରେ ନିୟୋଜିତ ଟ୍ରକ୍‌ (ନଂ ଓଆର ୦୯-ପି-୬୮୫୮)କୁ ଜବତ କରିବା ସହିତ ଠିକାଦାର ତରଣୀସେନ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର