ଭୁବନେଶ୍ୱର : ପାଚିକାମାନଙ୍କୁ ରାଜ୍ୟ ସରକାର ୪ ଶହ ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାର ୬ଶହ ଟଙ୍କା ଦେଉଛନ୍ତି। କିନ୍ତୁ ଗତ ଜାନୁଆରି ମାସରେ ରାଜ୍ୟ ସରକାର ତାଙ୍କ ଅଂଶ ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାର ତାଙ୍କ ଅଂଶ ଦେଇ ନାହାନ୍ତି। ଏଭଳି ଅବହେଳାକୁ ବିରୋଧ କରି ଲୋୟର୍ ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ। ଆଜି ପୂର୍ବାହ୍ଣରେ ସଂଘର ଶତାଧିକ ସହାୟିକା ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ସଭା କରିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସିଟୁର ରାଜ୍ୟ ସଭାପତି ରାଧାରମଣ ଷଡ଼ଙ୍ଗୀ, ସମ୍ପାଦିକା ଈଷାନୀ ଷଡ଼ଙ୍ଗୀ, ସମ୍ପାଦିକା କ୍ଷୀରମଣି ମହନ୍ତ, ଭାନୁମତୀ ମହନ୍ତ, ବାସନ୍ତୀ ମହନ୍ତ, ଭବାନୀ ମହନ୍ତ, ଅନନ୍ତ ମହନ୍ତ, ମୃତ୍ୟୁଞ୍ଜୟ ରାଉତ, ବାସନ୍ତୀ ଚିତ୍ରକର, ମଳୟ ଭୋଇ, ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଅଂଶ ରାଜ୍ୟ ସରକାର ପ୍ରଦାନ କରିବା, ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୨୮ ମାସର ବକେୟା ଦରମା ପ୍ରଦାନ କରିବା, ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି, ପ୍ରସୂତି କାଳୀନ ଭତ୍ତା, ବୀମା, ଅକାଳ ମୃତ୍ୟୁ କ୍ଷେତ୍ରରେ ଉତ୍ତରାଧିକାରୀଙ୍କୁ ନିଯୁକ୍ତି, ସହାୟିକାଙ୍କୁ ଅସଙ୍ଗଠିତ ଶ୍ରମିକ ଘୋଷଣା ପ୍ରଭୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବିକ୍ଷୋଭ
/sambad/media/post_attachments/wp-content/uploads/2018/12/m15-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)