ଥୁଆପାଲି : ଦାଦନ ଖଟିବାକୁ ଯାଇଥିବା ବରଗଡ଼ ଜିଲ୍ଲାର ଭେଡ଼େନ ବ୍ଲକ କୁଶନପୁରୀ ଗାଁ ଉପରଟିକ୍ରାର ମେଙ୍ଗରାଜ ସୁନା (୫୦) ଶବ ହୋଇ ଫେରିଛନ୍ତି। ୬ ମାସ ପୂର୍ବେ ଉପରଟିକ୍ରାର ମେଙ୍ଗରାଜ, ପତ୍ନୀ ପାର୍ବତୀ (୪୫), ପୁଅ ଗୁରୁଦେବ (୨୩) ଓ ସୁରୁ (୧୭), ଝିଅ ବିଦ୍ୟାମତୀ (୧୯), ପୁତୁରା କୁନୁ (୩୨) ଦାଦନ ଖଟିବା ପାଇଁ ବାହାରିଥିଲେ। ତାଙ୍କ ସହିତ ଗାଁର ଅଭି ବାଗ ଏବଂ ରାଜୁ ସୁମନ କେତକୀଙ୍କ ପରିବାର ମଧ୍ୟ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଗନ୍ଧାବରମସ୍ଥିତ ଇଟାଭାଟିକୁ ଯାଇଥିଲେ। ଗତ ମାସ ୫ ତାରିଖ ମେଙ୍ଗରାଜଙ୍କୁ ଜ୍ବର ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଛାଡି ଦେବାକୁ ପରିବାରଲୋକେ ଭାଟି ମାଲିକକୁ ଗୁହାରି କରିଥିଲେ। କିନ୍ତୁ ମାଲିକ କାହାକୁ ନଛାଡି ସେଠାକାର ଘରୋଇ କ୍ଲିନିକ୍ରେ ମେଙ୍ଗରାଜଙ୍କ ଚିକିତ୍ସା କରାଇ ଔଷଧପତ୍ର ଆଣି ଦେଇଥିଲେ। ଚିକିତ୍ସା ଅଭାବରୁ ୧୧ ତାରିଖ ମେଙ୍ଗରାଜ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପରିବାରଲୋକେ ଗାଡ଼ି ଭଡ଼ା କରି ଭାଟିରୁ ୭ କିଲୋମିଟର ଦୂରରେ ଥିବା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ତେବେ ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଶବକୁ ଗାଁକୁ ଫେରାଇ ନେବା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାରଲୋକେ ଭାଟି ମାଲିକଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଫୋନ ଉଠାଇ ନଥିଲେ। ଫଳରେ ଗୋଟିଏ ଆମ୍ବୁଲାନ୍ସ ଭଡ଼ା କରି ପରିବାରଲୋକେ ଶବକୁ ନେଇ ରବିବାର ଗାଁରେ ପହଂଚିଥିଲେ। ଆମ୍ବୁଲାନ୍ସରେ ପୁତୁରା କୁନୁ ଏବଂ ଅତାବିରା ଗୁର୍ଖାପାଲି ଗାଁର ଲଳିତ ମହାନନ୍ଦ ସାଂଗରେ ଆସିଥିଲେ। ଅନ୍ୟ ପରିବାରବର୍ଗ ଟ୍ରେନ୍ରେ ବରଗଡ଼ ଅଭିମୁଖେ ବାହାରିଥିବା ଜଣାପଡିଛି।
ପେଟ ପାଇଁ ନାଟ: ଯାଇଥିଲେ ଦାଦନ ହୋଇ, ଫେରିଲେ ଶବ ହୋଇ
/sambad/media/post_attachments/wp-content/uploads/2019/05/dead-body.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)