ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମର ରଂଜନ ଜେନା(୪୦)। ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ରଂଜନ ଜଣେ ଠିକାଦାରଙ୍କ ଜରିଆରେ ଦୁବାଇ ଯିବାକୁ ଘରେ କହିଥିଲେ। ୬୫ହଜାର ଟଙ୍କାରେ ଘର ବନ୍ଧା ପକାଇ ଦୁବାଇ ଯିବା ପାଇଁ ପାସପୋର୍ଟ, ଭିସା ତିଆରି କରିଥିଲେ। ଗତ ୨ମାସ ତଳେ ରଂଜନ ଓ ଅନ୍ୟ କିଛି ଯୁବକ ସମ୍ପୃକ୍ତ ଠିକାଦାରଙ୍କ ଜରିଆରେ ଦୁବାଇ ଯାଇଥିଲେ। ସେଠାରେ ସେମାନେ ଏକ ବିଲ୍ଡିଂ କନ୍ଷ୍ଟ୍ରକ୍ସନ୍ କମ୍ପାନିରେ କାମ କରିଥିଲେ। ପ୍ରାୟ ୨ମାସ ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥିବା ବେଳେ ହଠାତ୍ ରଂଜନଙ୍କ ମୃତ୍ୟୁ ଖବର ପରିବାର ବର୍ଗଙ୍କ ନିକଟକୁ ଆସିଥିଲା। ନିଜର ପୁଅକୁ ହରାଇ ମା’ ହେମ କାନ୍ଦି କାନ୍ଦି ବେଦମ୍ ହୋଇ ଯାଉଥିବା ବେଳେ ବାପାଙ୍କୁ ଝୁରି ଝୁରି ପୁଅ, ଝିଅଙ୍କ ଆଖି ଲୁହ ଶୁଖୁନି। ଗତ ୧୮ତାରିଖ ଦିନ ରଂଜନଙ୍କ ମୃତ୍ୟୁ ଖବର ଜଣା ପଡ଼ିଥିଲା। ଏତେ ଦିନ ପରେ ମଧ୍ୟ ଶବ ଆଣିବା ପାଇଁ କୌଣସି ବ୍ୟବସ୍ଥା ହୋଇପାରି ନାହିଁ। ଆଜି ମା’ ହେମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପୁଅର ଶବ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆଯିବ ବୋଲି ପରିବାର ବର୍ଗଙ୍କୁ କହିଥିବା ଜଣାପଡ଼ିଛି।
ଦାଦନ ଦୁଃଖ : ଦୁବାଇରେ ଛଅ ଦିନ ହେଲା ପୁଅର ଶବ
ଆଣିବାକୁ ଜିଲ୍ଲାପାଳଙ୍କୁ ମା’ର ଆକୁଳ ନିବେଦନ
/sambad/media/post_attachments/wp-content/uploads/2018/02/dadana-2-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)