ଖୋର୍ଦ୍ଧା : ଓଡ଼ିଶା ବାହାରାରେ ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର “ଶ୍ରମିକରେଳ”ର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦଫାରେ ଆଜି ସକାଳେ ୫୪୧ଜଣ ଶ୍ରମିକ ଖୋର୍ଦ୍ଧା ରୋଡ୍‌ରେ ଓହ୍ଲାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱସ୍ୱ ଜିଲ୍ଲାକୁ ସ୍ୱତନ୍ତ୍ର ବସ୍ ଯୋଗେ ପଠାଯାଇଛି।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଆଜି ପ୍ରାୟ ୧୦ଟାରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ୫୪୧ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେମାନଙ୍କୁ ସେଠାରେ ସ୍କ୍ରିନିଂ କରାଯାଇଥିଲା। ଏହାପରେ ଅଭ୍ୟର୍ଥନା ପ୍ରକୋଷ୍ଠରେ ପଂଜୀକରଣ କରାଯିବା ପରେ ଖାଦ୍ୟ ଓ ପାଣି ଦିଆଯାଇଥିଲା।

publive-imageଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଛନ୍ତି ଯେ ଟ୍ରେନ୍‌ରେ ୧୨୦୦ କିମ୍ବା ଏହାଠାରୁ କମ୍‌ ଯାତ୍ରୀ ଆଣିବା ପାଇଁ ନି‌ର୍ଦ୍ଦେଶ ରହିଛି। ପ୍ରଥମ ଦଫାରେ ମୋଟ ୧୧୫୬ଜଣ ଶ୍ରମିକ ଆସିବା ଯୋଜନା ଥିଲା କିନ୍ତୁ ୩୪୧ ଶ୍ରମିକ ଆସିଛନ୍ତି। ରେଳ ଷ୍ଟେସନ ଠାରେ ସ୍ୱାସ୍ଥ୍ୟକର୍ମୀ, ପୁଲିସ ମୁତୟନ ଅଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରେଳ ଷ୍ଟେସନ ଠାରେ ଆଶୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅସ୍ଥାୟୀ କାଉଂଟର ଖୋଲାଯାଇଛି।

ଆଜି ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଅନୁ ଗର୍ଗ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ, ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ପିଡି ଡିଆର୍ଡିଏ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଅନୁଜ କୁମାର ଦାସ ପଟ୍ଟନାୟକ ଓ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।