ଦିଲ୍ଲୀରେ କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକ ମୃତ

ଆଳି : ଆଳି ଥାନା ବଡ଼ଆଙ୍କୋ ଗ୍ରାମର ନରେନ୍ଦ୍ର ସ୍ବାଇଁ(୪୫)ଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ଦିଲ୍ଲୀ ସଫଦରଜଙ୍ଗ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ନରେନ୍ଦ୍ରଙ୍କ ମୃତ୍ୟୁ ଖବର ମିଳିବାପରେ ବଡ଼ଆଙ୍କୋ ଗାଁରେ କାନ୍ଦବୋବାଳି ପଡ଼ିଯାଇଛି।

ସୂଚନା ଅନୁସାରେ, ନରେନ୍ଦ୍ର ହରିଆଣାର ଗୁଡଗାଓଁ ‘ସନଭିନ’ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ମଙ୍ଗଳବାର ଗୁଡଗାଓଁ ଇଏସଆଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସପିଟାଲ ସ୍ଥାନାନ୍ତର କରାଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ନରେନ୍ଦ୍ରଙ୍କ ପତ୍ନୀ, ପୁଅ-ଝିଅଙ୍କ ଓ ବାପ,ମା ଅଛନ୍ତି। ନରେନ୍ଦ୍ର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ।

ସମ୍ବନ୍ଧିତ ଖବର