ଭୁବନେଶ୍ବର: ସୁରତରୁ ଓଡ଼ିଶାରେ ଆସି ଟ୍ରେନ ପହଞ୍ଚିଛି। ଏହି ଟ୍ରେନରେ ସୁରତରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡ଼ିଆ ଆସିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି ।
ଗୁଜରାଟ ଓ ମହାରାଷ୍ଟ୍ର ଅଞ୍ଚଳରୁ ବହୁ ଲୋକ ଆସୁଛନ୍ତି ଏହି ଟ୍ରେନରେ । ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ତମାନ ସଂକ୍ରମଣ ଉପରମୁହାଁ ହୋଇଛି। ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୁରତ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରତ ଫେରନ୍ତାଙ୍କର ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖା ଦେଉଛି ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଏହା ପରେ ପଜିଟିଭ୍ ଆସିଲେ ସଙ୍ଗରୋଧରେ ରଖାଯାଉଛି।
ସେପଟେ ସୁରତରେ ଥିବା ଓଡ଼ିଆଙ୍କୁ ଦିଆଯାଇଛି କରୋନା ଟିକା । ସୁରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ଟିକାଦାନ ପ୍ରକିୟାକୁ ତ୍ୱରାନିତ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ୩ଟି ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା ଟ୍ରେଷ୍ଟିଙ୍ଗ, ଟ୍ରିଟମେଣ୍ଟ ଓ ଟ୍ରେସିଂ । ସହରର ୨୩ଟି ଟିକା ଦାନ କେନ୍ଦ୍ରରେ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଶ୍ରମିକଙ୍କୁ ଡରିବାର ନାହିଁ ବୋଲି କହିଛନ୍ତି ସୂଚନା ପାଳିକା କମିସନର ବାଞ୍ଝାନିଧି ପାଣି ।