ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଭଳି ହିଞ୍ଜିଳିକାଟୁରେ ବି ସୁରତ ଫେରନ୍ତା ସ୍ବତନ୍ତ୍ର ବସ୍ ଯୋଗେ ପହଞ୍ଚିଛନ୍ତି। ତେବେ ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ଗତକାଲି ବେଗୁନିଆପଡ଼ାର ଏକ ସଙ୍ଗରୋଧରେ ଶତାଧିକ ସୁରତ ଫେରନ୍ତା ଚମ୍ପଟ୍ ମାରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଏଥିପାଇଁ ଏହି ପ୍ରବାସୀ ଓଡ଼ିଆଙ୍କୁ ଜଗିବା ଲାଗି ପୁଲିସ ଓ ପ୍ରଶାସନ ଅଣ୍ଟା ଭିଡ଼ିଛି। ହିଞ୍ଜିଳିକାଟୁ ବ୍ଲକ୍‌‌ରେ ୩ ଦିନ ଭିତରେ ପର୍ଯ୍ୟାୟ କ୍ରମେ ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସମସ୍ତଙ୍କ ପଞ୍ଜୀକରଣ ପରେ ନିର୍ଦ୍ଧାରିତ ସଙ୍ଗରୋଧ ଗୃହରେ ରଖାଯାଇଛି। ତେବ‌େ ଗତକାଲି ଭଳି ଯେମିତି କୌଣସି ଘଟଣାର ପୁନରାବୃତ୍ତି ନହୁଏ, ଏଥିଲାଗି ଯଥେଷ୍ଟ ଧ୍ୟାନ ଦିଆଯାଇଛି। ସବୁଠି ପଇଁତରାକୁ କଡ଼ାକଡ଼ି କରାଯାଇଥିବା ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।