ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ‘ଜଳବାୟୁ ପ୍ରବାସ-ଏକ ଜଳବାୟୁ ସ୍ଥିର ପ୍ରଶାସନ ଗଠନ’ଶୀର୍ଷକ ଆାଲୋଚନାରେ ଶ୍ରମ କମିସନର ଆଇଏଏସ ଇନ୍ଦ୍ରମଣି ତ୍ରିପାଠୀ କହିଲେ, ରାଜ୍ୟରୁ ଲୋକେ ସ୍ଥାନାନ୍ତର ଜାରି ରହିଛି।
ପୂର୍ବରୁ ମରୁଡ଼ି ପାଇଁ ଏହା ହେଉଥିଲା। ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ମଧ୍ୟ ଲୋକେ ଆସୁଛନ୍ତି। ଏଭଳି ସ୍ଥାନାନ୍ତର ସକାରାତ୍ମକ ମଧ୍ୟ ହୋଇଥାଏ। ଶ୍ରମିକମାନେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି।
ଏଭଳି ଶ୍ରମିକଙ୍କ ପାଇଁ ନୂଆ ପଦକ୍ଷେପ ମଧ୍ୟ କରାଯାଉଛି। ସେମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଓ ରହିବା ସୁବିଧା ଆଦି କରାଯାଉଛି।
ସକାରାତ୍ମକ ଏବଂ ଆର୍ଥିକ ବିକାଶ ପାଇଁ ଲୋକେ ଅନ୍ୟ ସ୍ଥାନକୁ ଯିବା ଉପଯୁକ୍ତ। ମାତ୍ର ଦାଦନ ଘଟଣା ରୋକା ଯିବା ଆବଶ୍ୟକ। ସ୍ଥାନାନ୍ତରକୁ ସବୁବେଳ ନକାରାତ୍ମକ ଭାବେ ଦେଖାଯିବା ଅନାବଶ୍ୟକ।