ଅନୁଗୁଳରେ ମୃଦୁ ଭୂକମ୍ପ!

ଅନୁଗୁଳ : ଶନିବାର ମଧ୍ୟରାତ୍ରି‌ରେ ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ଠିକ୍ ୧୨ଟାରେ ଅନୁଗୁଳ ସହରର ବେଶ୍ କିଛି ଲୋକ ୨/୩ ସେକେଣ୍ଡ ପାଇଁ ଏକ ଝଟ୍‌କା ଅନୁଭବ କରିଥିଲେ ହେଁ ଆନୁଷ୍ଠାନିକ ଭାବେ ଏହା ସ୍ପଷ୍ଟ ହୋଇନାହିଁ। ଏହି ଭୂକମ୍ପ ଅନୁଗୁଳ ଓ ଏହାର ୧୦ କିମି ପରିସୀମା ଭିତରେ ହୋଇଥିବାବେଳେ ଏହାର ତୀବ୍ରତା ୪ ଭିତରେ ଥିବା କୁହାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର