ଭୁବନେଶ୍ବର : ଆସନ୍ତା ୨୨ତାରିଖରେ ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଓଡ଼ିଶା ମିଳିତ ବିଦ୍ୟାଳୟ-ପାଚିକା ସହାୟିକା ସଂଘ। ପାଚିକା-ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସହିତ ୭ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ସୂଚନା ଦେଇଛି।

Advertisment

ଆଜି ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବିଷ୍ଣୁ ଦାସ କହିଲେ, ଚଳିତବର୍ଷ ଜାନୁଆରି ମାସରେ ପାଚିକା-ସହାୟିକାଙ୍କୁ ୨ହଜାର ଟଙ୍କା ଦେବା ପରିବର୍ତେ ୧୪ଶହ ଟଙ୍କା ଦିଆଯାଉଛି। ବଳକା ୬ଶହ ଟଙ୍କା ସଂପର୍କରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ସରକାର ବାରମ୍ବାର ନୀତି ପରିବର୍ତନ କରିବା ଫଳରେ ଛଟେଇ ହୋଇଥିବା ପାଚିକା-ସହାୟିକାମାନଙ୍କର ପୁନଃନିଯୁକ୍ତି ସମ୍ଭବ ‌େହଉନାହିଁ। ପାଚିକା-ସହାୟିକାଙ୍କୁ ଛୁଟି ପ୍ରଦାନ, ଅବସରକାଳୀନ ପେନସନ୍ ପ୍ରଦାନ, ଆକ୍ରୋଶମୂଳକ ଛଟେଇ ବନ୍ଦ ଓ କାମରୁ ଛଟେଇ ହୋଇଥିବା ତୁରନ୍ତ ନିଯୁକ୍ତି ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ୍ତ ରାମ, ରାଜକିଶୋର ମଲ୍ଲିକ ଓ ବିଜୟାଲକ୍ଷ୍ମୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।