ଭୁବନେଶ୍ବର : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) ପକ୍ଷରୁ ଆଜି ମାଷ୍ଟର୍କ୍ୟାଣ୍ଟିନ୍ ଛକଠାରେ ସରକାରଙ୍କ ମଦ ବିକ୍ରି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ମଦ ବିକ୍ରି ଦ୍ବାରା ସମାଜ ପାଇଁ କ୍ଷତି ସାବ୍ୟସ୍ତ ହେବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ମୋନାର ସଭାପତି ପଦ୍ମଚରଣ ନାୟକ କହିଛନ୍ତି, ମଦ ଏକ ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ। ଲକ୍ଡାଉନ୍ ସମୟରେ ମଦ ଦୋକାନ ବନ୍ଦ ଥିବାରୁ ପାରିବାରିକ କଳହ, ମଦଜନିତ ମୃତ୍ୟୁ ଓ ନାରୀ ନିର୍ଯାତନା ବହୁମାତ୍ରାରେ କମି ଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର ଚାରିଆଡ଼େ ମଦ ଦୋକାନ ଖୋଲିବା ସହ ଘରେ ଘରେ ମଦ ପହଞ୍ଚାଉଛନ୍ତି। ଏହା ଦ୍ବାରା ଜନସାଧାରଣଙ୍କ ସମସ୍ୟା ଆହୁରି ବୃଦ୍ଧି ପାଇବ। ତେଣୁ ୧୯୫୬ନିଶା ନିବାରଣ ଆଇନ ଲାଗୁ କରି ବନ୍ଦ କରିବାକୁ ସଙ୍ଗଠନ ଦାବି କରିଛନ୍ତି। କାର୍ଯ୍ୟକ୍ରମରେ ମଳୟ ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ଅରୁଣ ସାମନ୍ତରାୟ, ପ୍ରିୟନାଥ ଆଚାର୍ଯ୍ୟ, ଅଫଜଲ୍ ଖାନ୍, ସୌମ୍ୟରଂଜନ ମହାନ୍ତି, ପ୍ରଭାତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ମଦ ବିକ୍ରି ନିଷ୍ପତ୍ତିକୁ ‘ମୋନା’ର ବିରୋଧ
/sambad/media/post_attachments/wp-content/uploads/2020/07/m3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)