ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷା କର୍ମୀଙ୍କ ଉପରେ ହମ୍‌ଲା କରିବାକୁ ମାଓବାଦୀ ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।

Advertisment

ଏସ୍‌ପି ନୀତୀଶ ୱାଧୱାନୀଙ୍କ ସୂଚନା ଅନୁସାରେ, ଗୋଟିଏ ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ, ରାଇଫଲ ମାଉଣ୍ଟ ଟେଲିସ୍କୋପ୍‌, ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଲେଖାଏଁ ୭କିଲୋ, ୫କିଲୋ ଏବଂ ୩କିଲୋ ଓଜନର ଟିଫିନ ବୋମା, ଷ୍ଟିଲ ବକ୍ସରେ ଗୋଟିଏ ଅଢ଼େଇ କିଲୋ ଓଜନର ବୋମା, ଦେଢ଼ କିଲୋ ଓଜନର ଗୋଟିଏ ବୋମା, କ୍ଲେମର ବୋମା, କୋଡେକ୍ସ ତାର ବୋମା, ଏଚ୍‌ଇ ଗ୍ରେନେଡ, ଡେଟୋନେଟର, ବିଦ୍ୟୁତ ଡେଟୋନେଟର, କ୍ୟାମେର ଫ୍ଲାସ୍‌ ଆଦି ଜବତ କରାଯାଇଛି। ସମୁଦାୟ ୭୫ପ୍ରକାର ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି।