ଓଡ଼ିଆ ସେନା ଅଧିକାରୀଙ୍କୁ ଯୁଦ୍ଧ ସେବା ମେଡାଲ୍‌

କଟକ : ଓଡ଼ିଆ ସେନା ଅଧିକାରୀ କର୍ଣ୍ଣେଲ ପୂଣ୍ୟବାଚୀ ମହାନ୍ତିଙ୍କୁ ସ୍ବତନ୍ତ୍ର ସେବା ଓ ଦକ୍ଷତା ପାଇଁ ଯୁଦ୍ଧ ସେବା ମେଡାଲ୍‌ ପ୍ରଦାନ କରାଯାଇଛି।

କର୍ଣ୍ଣେଲ ମହାନ୍ତି ବର୍ତ୍ତମାନ ସ୍ଥଳ ସେନାର ୯-ପାରା (ସ୍ପେସାଲ ଫୋର୍ସେସ୍)ର କମାଣ୍ଡିଂ ଅଫିସର୍‌ ଅଛନ୍ତି। ଗତବର୍ଷ ଚୀନ୍‌ ସୀମାରେ ଅପରେସନ୍‌ ‘ସ୍ନୋ ଲିଓପାର୍ଡ‌୍ର’ ନେତୃତ୍ବ ନେଇ ପରାକ୍ରମ ଦେଖାଇଥିବାରୁ ତାଙ୍କୁ ଏହି ମେଡାଲ୍‌ ପ୍ରଦାନ କରାଯାଇଛି। ଆଜି ‘ପୂର୍ବ ସେନା କମାଣ୍ଡ୍‌ର’ ଉଦ୍ଦମପୁରଠାରେ ଅନୁଷ୍ଠିତ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଓସିଇନ୍‌ସି ଲେଫ୍‌ଟନାଣ୍ଟ ଜେନେରାଲ୍‌ ଉପେନ୍ଦ୍ର ଦ୍ବିବେଦୀ ଯୋଗଦେଇ କର୍ଣ୍ଣେଲ ମହାନ୍ତିଙ୍କୁ ଏହି ମେଡାଲ୍‌ ପ୍ରଦାନ କରିଥିଲେ। ମେଡାଲ୍‌ ମିଳିବା ନେଇ ଗତ ସାଧାରଣତନ୍ତ୍ର ଦିବସରେ ତାଙ୍କ ନାମ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ୨୦୦୪ ମସିହାରେ ସେନାବାହିନୀରେ କମିସନ୍‌ ପାଇଥିବା ଶ୍ରୀ ମହାନ୍ତି ଏହାପୂର୍ବରୁ ଏନ୍‌ଡିଏରେ ପ୍ରଶିକ୍ଷକ ରହିବା ରହିବା ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କଙ୍ଗୋରେ ସେବା କରିଛନ୍ତି। ତାଙ୍କ ପିତା ପୂର୍ବତନ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଜୟନ୍ତ କୁମାର ମହାନ୍ତି ସ୍ଥଳସେନାର ସେଣ୍ଟ୍ରାଲ୍‌ କମାଣ୍ଡ୍‌ ଜିଓସିଇନ୍‌ସି ଭାବେ ସେବାନିବୃତ୍ତ ହୋଇଛନ୍ତି ଓ ବର୍ତ୍ତମାନ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ବରର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧିତ ଖବର